ନୂଆଦିଲ୍ଲୀ : ପୁଣି ଲୋକସଭା ଓ ରାଜ୍ୟସଭା ମୁଲତବୀ। ସଂସଦର ମୌସୁମୀ ଅଧିବେଶନ ସମୟରେ ପ୍ରବଳ ହଟ୍ଟଗୋଳ ଯୋଗୁଁଁ ଲୋକସଭା ଏବଂ ରାଜ୍ୟସଭାର କାର୍ଯ୍ୟ ପୁଣିଥରେ ସ୍ଥଗିତ ରଖାଯାଇଛି। ଲୋକସଭାର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ବାଚସ୍ପତି ଓମ୍ ବିର୍ଲାଙ୍କ ମଧ୍ୟରେ ବିତର୍କ ଆରମ୍ଭ ହୋଇଥିଲା। ଅଖିଳେଶ ଯାଦବ ଛାତ୍ରଛାତ୍ରୀମାନଙ୍କ ପ୍ରସଙ୍ଗରେ ସରକାରଙ୍କୁ ଘେରି କହିଥିଲେ ଯେ ଛାତ୍ରଛାତ୍ରୀମାନଙ୍କ ପ୍ରତି ଅନ୍ୟାୟ ହୋଇଛି, ସେମାନଙ୍କୁ ନ୍ୟାୟ ମିଳିବା ଉଚିତ ଏବଂ ସରକାର ଏହି ବିଷୟରେ ଆଲୋଚନା କରିବା ଉଚିତ। ଏଥିରେ ବାଚସ୍ପତି କହିଥିଲେ ଯେ ସରକାର ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ, ତେବେ ହଟ୍ଟଗୋଳ କ’ଣ ପାଇଁ ? ଏହା ପରେ ଗୃହର କାର୍ଯ୍ୟ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।










