ନୂଆଦିଲ୍ଲୀ: ଅଗଷ୍ଟରେ ଦିଲ୍ଲୀରେ ହେବ ଇନଭେଷ୍ଟର୍ସ ରୋଡ ଶୋ। ଦିଲ୍ଲୀରେ ଫୋକସର ଏରିଆ ରହିବ ଖାଦ୍ୟ ପ୍ରକ୍ରିୟାକରଣ ସେକ୍ଟର। ରୋଡ଼ ଶୋରେ ଟିମ ଓଡ଼ିଶାର ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଭିନ୍ନ ପୁଞ୍ଜିପତିଙ୍କ ସହ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଆଲୋଚନା କରିବେ। ଏନେଇ ଶୀଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଗତ ୨ ବର୍ଷରେ ଓଡିଶାକୁ ଅନେକ ପୁଞ୍ଜି ଆସିଛି ଏବଂ ଶିଳ୍ପ ମଧ୍ୟ ଆରମ୍ଭ ହୋଇଛି। ଆମ ସରକାର ନିୟମିତ ଭାବେ ପୁଞ୍ଜି ନିବେଶ, ଶିଳ୍ପ ପ୍ରତିଷ୍ଠା ଓ ନିଯୁକ୍ତି ଉପରେ ସମୀକ୍ଷା କରୁଛି। ଶିଳ୍ପ ପ୍ରତିଷ୍ଠା ସହ ଓଡିଶାର ଯୁବକ ଯୁବତୀ ମାନେ କିପରି ଶିଳ୍ପ ବାତାନୁକୂଳ ଦକ୍ଷତା ପାଇବେ, ସେଥିପ୍ରତି ବି ଧ୍ୟାନ ଦେଉଛୁ। ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଓଡିଶା ଚାମ୍ପିଅନ ହେବା ଓଡିଶାର ଦକ୍ଷ ମାନବ ସମ୍ବଳ ପ୍ରମାଣିତ କରୁଛି।










