32 C
Bhubaneswar
Saturday, July 18, 2026
Homeଓଡିଶାରଥଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀ: ଜଙ୍ଗଲରୁ ମିଳିଲା ମୃତଦେହ

ରଥଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀ: ଜଙ୍ଗଲରୁ ମିଳିଲା ମୃତଦେହ

ସମ୍ବଲପୁର: ରଥଯାତ୍ରା ଦେଖିବାକୁ ଆସିଥିବା ଯୁବତୀଙ୍କ ଅପହରଣ । ସମ୍ବଲପୁର କୁଚିଣ୍ଡା ରଥ ଯାତ୍ରା ଦେଖି ଆସିଥିବା ମହୁଲମୁଣ୍ଡା କୁସୁମୀ ଅଂଚଳର ଜଣେ ୨୪ ବର୍ଷୀୟ ଯୁବତୀକୁ ଅପହରଣ କରାଯାଇଥିଲା ଏନେଇ  ପରିବାର ପକ୍ଷରୁ କୁଚିଣ୍ଡା ଥାନାରେ ଅଭିଯୋଗ କରାଯାଇଛି । ସନ୍ଦେହରେ କୁଣ୍ଡାପୋଷିର ଜଣେ ଯୁବକଙ୍କୁ ଅଟକ ରଖି ପୁଲିସର ପଚରାଉଚରା କରୁଛି । ଇଚ୍ଛାପୁର ଗାଁର ଯୁବତୀ କୁଚିଣ୍ଡା ଟାଉନରେ ରହି ସିଲେଇ ଶିଖିବା ସହିତ ଏକ ବ୍ୟୁଟି ପାର୍ଲରରେ କାମ କରୁଥିଲେ । ଗତ ଗୁରୁବାର ଦିନ ଅପରାହ୍ନରେ ରଥ ଯାତ୍ରା ଦେଖିବାକୁ ଆସି ଥିବା ବେଳେ ତାଙ୍କୁ ଅପହରଣ କରାଯାଇଥବା ନେଇ କୁଚିଣ୍ଡା ଥାନାରେ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।  ତେବେ ଜମନକିରା ଥାନା ବଡରମା ଜଙ୍ଗଲରେ ଏକ ଯୁବତୀର ମୃତଦେହ ମିଳିଥିବା ନେଇ ଖବର ପାଇବା ପରେ ଘଟଣା ସ୍ଥଳକୁ ପୋଲିସ ପହଂଚି ଅଧିକ ତଦନ୍ତ ଚଳାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking