32.1 C
Bhubaneswar
Saturday, July 18, 2026
Homeଓଡିଶାଟ୍ରକକୁ ଧକ୍କା ଦେଲା ବୋଲେରୋ: ଜଣେ ମୃତ

ଟ୍ରକକୁ ଧକ୍କା ଦେଲା ବୋଲେରୋ: ଜଣେ ମୃତ

କେନ୍ଦୁଝର: ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତା କଡରେ ଛିଡା ହୋଇ ଥିବା ଟ୍ରକ ପଛରେ ଧକ୍କା ଦେଲା ବୋଲେରୋ । ଜଣେ ମୃତ, ଦୁଇ ଗୁରୁତର । ଗତ ରାତି ପ୍ରାୟ ଗୋଟାଏ ବେଳେ ବଡବିଲ ପଟୁ ଆସୁଥିବା ଏକ ବୋଲେରୋ ଚମ୍ପୁଆ ଥାନା ୫୨୦ ନଂ ଜାତୀୟ ରାଜପଥ ରଘୁଆଳ ସାହି ଓଭରବ୍ରିଜ ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଟ୍ରକ ପଛକୁ ଧକ୍କା ଦେଇଥିଲା । ଫଳରେ ଗାଡିରେ ଥିବା ତିନି ଜଣ ଯାକ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ନିକଟସ୍ଥ ବାସୁଦେବପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଚମ୍ପୁଆ ଡାକ୍ତରଖାନା ଅଣାଯାଇଥିଲା । ଏଠାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କେନ୍ଦୁଝର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ତେବେ ସେମାନଙ୍କ ପରିଚୟ ଜଣାପଡିନାହିଁ । ପୋଲିସ ଚମ୍ପୁଆ ଡାକ୍ତରଖାନା ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking