ଭୁବନେଶ୍ୱର: ସିଏମଓରୁ ଫାଇଲ ଗାଏବ ମାମଲା । କ୍ୟାପିଟାଲ ଥାନାରେ ମନୋଜ ମିଶ୍ର ହାଜର । ଫାଇଲ ଗାଏବକୁ ନେଇ ରାଜେଶ ଶର୍ମା ଏବଂ ମନୋଜ ମିଶ୍ରଙ୍କୁ ନୋଟିସ ହୋଇଛି । କନ୍ଧମାଳ ଦଙ୍ଗା ରିପୋର୍ଟ ଓ ସମ ହସ୍ପିଟାଲ ଅଗ୍ନିକାଣ୍ଡ ରିପୋର୍ଟ ଗାଏବ ଘଟଣା ଏବେ ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଛି । ସୂଚନା ଥାଉକି, ଭାରତୀୟ ଜନତା ପାର୍ଟି ସରକାର ଯେତେବେଳେ ଆସିଲା , ସେତେବଳେ ସିଏମଓରୁ ଦୁଇଟି ଫାଇଲ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଥିଲା । ୨୦୦୮ରେ ହୋଇଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା ଘଟଣାରେ ଜଷ୍ଟିସ ଏଏସ ନାଇଡୁ ଯେଉଁ କମିସନରେଟ ରିପୋର୍ଟ ଦେଇଥିଲେ , ସେ କମିଶନର ରିପୋର୍ଟଟି କେଉଁଆଡେ ଗାଏବ ହୋଇଯାଇଛି । ଏବଂ ୨୦୧୬ରେ ସମ ହସ୍ପିଟାଲର ଅଗ୍ନିକାଣ୍ଡ ଘଟଣାର ଯେଉଁ ତଦନ୍ତ ହୋଇଥିଲା ଆରଟିସି ତଦନ୍ତ ରିପୋର୍ଟ ତାହା ମଧ୍ୟ ଗାଏବ ହୋଇଯାଇଛି । ଏହି ୨ଟି ଫାଇଲ ସିଏମଓରୁ ଗାଏବ ହୋଇଯାଇଥିଲା । ଏହାକୁ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା । ପରେ କିଛି ଦିନ ପୂର୍ବରୁ ଥାନା ପକ୍ଷରୁ ମନୋଜ ମିଶ୍ର ଏବଂ ରାଜେଶ ଶର୍ମାଙ୍କୁ ସମନ କରାଯାଇଥିଲା । ଆଜି ପୁଣି କ୍ୟାପିଟାଲ ଥାନାରେ ମନୋଜ ମିଶ୍ର , ରାଜେଶ ଶର୍ମା ହାଜର ହୋଇଛନ୍ତି ।










