26.7 C
Bhubaneswar
Friday, July 17, 2026
Homeଓଡିଶାପ୍ରଥମେ ନିଜକୁ ଶକ୍ତିଶାଳୀ କରନ୍ତୁ, ତାପରେ ସମସ୍ତେ ସମ୍ମାନ ଦେବେ : ଦେଶାଇ

ପ୍ରଥମେ ନିଜକୁ ଶକ୍ତିଶାଳୀ କରନ୍ତୁ, ତାପରେ ସମସ୍ତେ ସମ୍ମାନ ଦେବେ : ଦେଶାଇ

ଭୁବନେଶ୍ୱର: ଏଆଇସିସି ଓଡିଶା ପ୍ରଭାରୀ ଲାଲଜୀ ଦେଶାଇ, ସହ ପ୍ରଭାରୀ ମୟୁର ଜୟକୁମାର ଏବଂ ଓପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ବିଏଲଏ-1 ଏବଂ କଂଗ୍ରେସ ଦଳର ସମସ୍ତ ବିଭାଗ ମୁଖ୍ୟମାନଙ୍କ ଏକ ସଭା ଅନୁଷ୍ଠିତ ହୋଇଯାଇଛି, ଏହି ସଭାରେ ଓପିସିସି ସଂଗଠନ ପ୍ରଭାରୀ ସନ୍ତୋଷ ସିଂ ସାଲୁଜା ମଧ୍ୟ ଉପସ୍ଥିତ ଥିଲେ l ଜିଲ୍ଲା ଅନୁଯାଇ ବିଏଲଏ-1 ପ୍ରତିନଧି ମାନଙ୍କ ସହ ପ୍ରଭାରୀ ଶ୍ରୀ ଦେଶାଇ ଆଗାମୀ ନିର୍ବାଚନକୁ ଆଖି ଆଗରେ ବୁଥ ସ୍ତରରେ ପାଇଁ କଣ ରଣନୀତି ହେବ ସେ ବିଷୟରେ ପରାମର୍ଶ ଦେବା ସହ ବିଏଲଏ-1 ମାନଙ୍କ ମତାମତ ଶୁଣିଥିଲେ lଦ୍ଵିତୀୟ ପର୍ଯ୍ୟାୟ ସଭାରେ ଦଳର ସମସ୍ତ ବିଭାଗ ମୁଖ୍ୟଙ୍କ ସହ ହୋଇଥିଲା l ଏହି ସଭାରେ ସମସ୍ତ ବିଭାଗ ମୁଖ୍ୟ ନିଜ ନିଜ ସୁବିଧା ଅସୁବିଧା ଓ ଯୋଜନା ବିଷୟରେ କହିଥିଲେ l ପ୍ରଭାରୀ ଶ୍ରୀ ଦେଶାଇ ବିଭାଗୀୟ ମୁଖ୍ୟ ମାନଙ୍କୁ କହିଲେ, ପ୍ରଥମେ ନିଜକୁ ଶକ୍ତିଶାଳୀ କର, ପରେ ସମସ୍ତେ ଆପଣଙ୍କୁ ସମ୍ମାନ ଦେବେ, ଆପଣଙ୍କ କଥା ଶୁଣିବେ l ଆମେ ଆପଣଙ୍କ କଥା ଶୁଣିବୁ ଏବଂ କାର୍ଯ୍ୟକାରୀ କରିବୁ l ରାଜନୈତିକ ଦଳ ମଧ୍ୟରେ ବିରୋଧାଭାଷ ରହିବ, କାରଣ ରାଜନୈତିକ ଦଳ ଭଜନ ମଣ୍ଡଳୀ ନୁହନ୍ତି କିନ୍ତୁ ଏହା ନୁହେଁ ଯେ ଆମେ ବାହାରେ ଦଳ ଏବଂ ନେତା ମାନଙ୍କ ବିରୁଦ୍ଧରେ କହିବା l ଯୋଜନା ଓ କାର୍ଯ୍ୟକ୍ରମ ସବୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହୋଇପାରିବ ଏହା ଉପରେ ପ୍ରଭାରୀ ଶ୍ରୀ ଦେଶାଇ ଜୋର ଦେଇଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାର ବିଏଲଏ-1 ଏବଂ କଂଗ୍ରେସ ଦଳର ସମସ୍ତ ବିଭାଗୀୟ ମୁଖ୍ୟ ଉପସ୍ଥିତ ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking