26.7 C
Bhubaneswar
Friday, July 17, 2026
Homeଦେଶ ବିଦେଶ'ବନ୍ଦେ ମାତରମ୍'କୁ ଅପମାନ କଲେ କଡ଼ା ଦଣ୍ଡ! ସଂସଦରେ ଆସୁଛି ନୂଆ ବିଲ୍

‘ବନ୍ଦେ ମାତରମ୍’କୁ ଅପମାନ କଲେ କଡ଼ା ଦଣ୍ଡ! ସଂସଦରେ ଆସୁଛି ନୂଆ ବିଲ୍

ନୂଆଦିଲ୍ଲୀ : ଜାତୀୟ ସଙ୍ଗୀତକୁ ଅପମାନ କଲେ ପଡ଼ିବ ମହଙ୍ଗା, ସଂସଦରେ ଆସୁଛି ନୂଆ ବିଲ୍ ।  ବନ୍ଦେ ମାତରମ୍’ର ଅପମାନ କରୁଥିବା କିମ୍ବା ଏହା ଗାଇବାରେ ବାଧା ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ । ଆସନ୍ତା ଜୁଲାଇ ୨୦ରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ଜାତୀୟ ସମ୍ମାନର ଅପମାନ ପ୍ରତିରୋଧ  ସଂଶୋଧନ  ବିଲ୍ କେନ୍ଦ୍ର ସରକାର ଲୋକସଭାରେ ଆଗତ କରିବାକୁ ଯାଉଛନ୍ତି ।କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ପରେ ଏହି ନୂଆ ବିଲ୍ ଅଣାଯାଉଛି । ଏଣିକି ଯେଉଁ ସରକାରୀ କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ବଜାଯିବ, ସେଠାରେ ‘ବନ୍ଦେ ମାତରମ୍’ ଗାନ କରିବା କିମ୍ବା ବଜାଇବା ମଧ୍ୟ ଅନିବାର୍ଯ୍ୟ । କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ ଏହି ବିଲକୁ ପୂର୍ବରୁ ମଞ୍ଜୁରୀ ମିଳିଛି । ଏହି ବିଲ୍ ସଂସଦର ଉଭୟ ଗୃହରେ ପାରିତ ହେବା ପରେ  ‘ବନ୍ଦେ ମାତରମ୍’ ର ଅପମାନକୁ ଏକ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରାଯିବ । ଏହାଦ୍ୱାରା ବନ୍ଦେ ମାତରମ୍ ମଧ୍ୟ ଜାତୀୟ ପତାକା, ସମ୍ବିଧାନ ଏବଂ ଜନ ଗଣ ମନ ଭଳି ସମ୍ମାନଜନକ ଶ୍ରେଣୀରେ ସାମିଲ ହେବ। ଯାହାର ଅପମାନ କଲେ କଠୋର ଆଇନଗତ ଦଣ୍ଡ ମିଳିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking