28.2 C
Bhubaneswar
Thursday, July 16, 2026
Homeଓଡିଶାଭକ୍ତ ଦାସିଆଙ୍କ ପୀଠରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ତୁଳସୀ ବେଶ

ଭକ୍ତ ଦାସିଆଙ୍କ ପୀଠରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ତୁଳସୀ ବେଶ

ପିପିଲି: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଶିରୋମଣି ଦାସିଆଙ୍କ ବାଲିଗାଁ ସ୍ଥିତ ଜନ୍ମ ଓ ସାଧନା ପୀଠ ପରିସରସ୍ଥ ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର ଘୋଷଯାତ୍ରା ଅବସରରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ତୁଳସୀ ବେଶ କରାଯାଇଥିଲା। ଏହି ଅବସରରେ ଗୁରୁବାର ସକାଳେ ଠାକୁରଙ୍କ ମଙ୍ଗଳ ଆଳତୀ, ସ୍ୱତନ୍ତ୍ର ବେଶ, ବାଳ ଭୋଗ ସହିତ ପାର୍ଶ୍ବ ଦେବାଦେବୀଙ୍କ ନୀତିକାନ୍ତି ମନ୍ଦିରର ମୁଖ୍ୟପୂଜକ ଲିଙ୍ଗରାଜ ପଣ୍ଡା, ସହାୟକ ପୂଜକ ପ୍ରସନ୍ନ କୁମାର ପଣ୍ଡାଙ୍କ ଦ୍ୱାରା ସଂପନ୍ନ ହୋଇଥିଲା। ପୂର୍ବାହ୍ନ ୯ଟାରେ ସଂକୀର୍ତ୍ତନ, ଘଣ୍ଟ, ଘଣ୍ଟା, କାହାଳୀ, ମୃଦଙ୍ଗ ସାଙ୍ଗକୁ ହରିବୋଲ, ହୁଳହୁଳି ଧ୍ୱନୀରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ପହଣ୍ଡି ସଂପନ୍ନ ହୋଇଥିଲା। ଏହି ଅବସରରେ ପୀଠସ୍ଥ ଉଦ୍ୟାନ ଓ ପୋଖରୀରୁ ସଂଗୃହୀତ ତୁଳସୀ, ପଦ୍ମଫୁଲ ଓ ନଡିଆକୁ ଶ୍ରୀକ୍ଷେତ୍ରରେ ରଥାରୁଢ଼ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଲାଗି ହେବା ନିମନ୍ତେ ଏକ ସୁସଜ୍ଜିତ ବିମାନରେ ସନ୍ଥ ରାମସରଣ ଦାସ ମହାରାଜ ନାମ ସଂକୀର୍ତ୍ତନ ସହ ପୁରୀକୁ ଯାତ୍ରା କରିଥିଲେ। ପରେ ଚତୁର୍ଦ୍ଧମୂର୍ତ୍ତୀଙ୍କୁ ସ୍ୱତନ୍ତ୍ର ତୁଳସୀ ବେଶରେ ବିମଣ୍ଡିତ କରାଯାଇଥିଲା। ସେଠାରେ ନାମସଂକୀର୍ତ୍ତନ, ଭଜନ କୀର୍ତ୍ତନ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନରେ ଭକ୍ତ ଦାସିଆଙ୍କ ପ୍ରିୟ ଜାଉ ଓ ଶାଗ ଭୋଗକୁ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କୁ ବିତରଣ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking