28.2 C
Bhubaneswar
Thursday, July 16, 2026
Homeଓଡିଶାଆସୁଛି ପୁଣି ଏକ ଲଘୁଚାପ

ଆସୁଛି ପୁଣି ଏକ ଲଘୁଚାପ

ଭୁବନେଶ୍ବର : ପାଗରେ ବଡ଼ ପରିବର୍ତ୍ତନ ସମ୍ଭାବନା ନାହିଁ । ଲଘୁଚାପ ପ୍ରଭାବରେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । ରଥଯାତ୍ରା ଅବସରରେ ପୁରୀ ସମେତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଲଘୁଚାପ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା-ପଶ୍ଚିମ ଉପକୂଳରେ ଆଜି ଥିଲା । ଉତ୍ତର-ପଶ୍ଚିମରେ ଗତି କରି ଏହା ଉତ୍ତର ଓଡ଼ିଶା-ଗାଙ୍ଗେୟ ପଶ୍ଚିମବଙ୍ଗ ଆଡ଼କୁ ଗତି କରିବ । ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି ।ପାଣିପାଗ ବିଭାଗ ସତର୍କ କରାଇଛି ଯେ ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ଅଛି । ୧୭ରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ଏବଂ ଦକ୍ଷିଣର ଅନେକ ଜାଗାରେ ବର୍ଷା ସମ୍ଭାବନା ଅଛି ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ଅନୁଯାୟୀ ବର୍ତ୍ତମାନ ଥିବା ଲଘୁଚାପ ପ୍ରଭାବରେ ୧୮ ଯାଏଁ ରାଜ୍ୟରେ ବର୍ଷା ରହିବ । ଡକ୍ଟର ସାହୁ ଆହୁରି ପୂର୍ବାନୁମାନ କରିଛନ୍ତି, ଆସନ୍ତା ୨୩/୨୪ ତାରିଖବେଳୁ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ୨୨ରୁ ପୁଣି ବର୍ଷା ବଢ଼ିପାରେ । ବୁଧବାର ଦିନ ଭିତରେ ଚାନ୍ଦବାଲି, ବାଲେଶ୍ୱର, କଟକ, ଭୁବନେଶ୍ୱର, ପୁରୀ, ଅନୁଗୁଳ, ନୟାଗଡ଼, କେନ୍ଦ୍ରାପଡ଼ା, ରାଉରକେଲା, ବଲାଙ୍ଗୀର, ଯାଜପୁର ସମେତ ରାଜ୍ୟର ବ୍ୟାପକ ଅଞ୍ଚଳରେ ବର୍ଷା ହୋଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିଲା ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking