30 C
Bhubaneswar
Wednesday, July 15, 2026
Homeଓଡିଶାପାଠ୍ୟପୁସ୍ତକ ବିଭ୍ରାଟ: ଆଉ ୩ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ

ପାଠ୍ୟପୁସ୍ତକ ବିଭ୍ରାଟ: ଆଉ ୩ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ

ଭୁବନେଶ୍ୱର : ପାଠ୍ୟପୁସ୍ତକ ବିଭ୍ରାଟ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଆହୁରି ଜୋରଦାର କରିଛି । ଏହି ମାମଲାରେ ଏତଲାରେ ନାମ ଥିବା ଆଉ ତିନିଜଣ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନୋଟିସ ଜାରି କରାଯାଇଛି । ନୋଟିସ ଅନୁଯାୟୀ, ସମ୍ପୃକ୍ତ ଅଧିକାରୀମାନଙ୍କୁ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ହାଜରା ସମୟରେ ସେମାନଙ୍କ ବୟାନ ରେକର୍ଡ କରାଯିବା ସହ ଘଟଣା ସମ୍ପର୍କରେ ବିସ୍ତୃତ ଜେରା କରାଯିବ । ତଦନ୍ତକାରୀ ସଂସ୍ଥା ସେମାନଙ୍କ ଭୂମିକା, ଦାୟିତ୍ୱ ପାଳନ ଏବଂ ପାଠ୍ୟପୁସ୍ତକ ପ୍ରସ୍ତୁତି ପ୍ରକ୍ରିୟାରେ କୌଣସି ଅବହେଳା କିମ୍ବା ଅନିୟମିତତା ରହିଥିଲା କି ନାହିଁ, ସେନେଇ ଖୋଳତାଡ଼ କରିବ । ସୂଚନା ଅନୁଯାୟୀ, ତଦନ୍ତର ଅଂଶ ସ୍ୱରୂପ ସମ୍ପୃକ୍ତ ବିଭାଗର କାର୍ଯ୍ୟାଳୟଗୁଡ଼ିକରେ ମଧ୍ୟ ଚଢ଼ାଉ କରାଯାଇପାରେ ।ସେଠାରୁ ଆବଶ୍ୟକ ଦସ୍ତାବିଜ, ଫାଇଲ ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରି ତଦନ୍ତକୁ ଆଗକୁ ବଢ଼ାଯିବ । କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି ଯେ, ନିଜ ଦାୟିତ୍ୱ ସମ୍ପର୍କରେ ସମ୍ପୃକ୍ତ ଅଧିକାରୀମାନେ ଯଦି ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ହୁଅନ୍ତି କିମ୍ବା ତଦନ୍ତରେ ଅବହେଳା ବା ସଡ଼ଯନ୍ତ୍ରର ପ୍ରମାଣ ମିଳେ, ତେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking