ଭୁବନେଶ୍ୱର: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ । ଗଣଶିକ୍ଷା ସଚିବଙ୍କ ଚ୍ୟାମ୍ବରରେ ଗୁରୁତ୍ବପୂର୍ଣ୍ଣ ବୈଠକ। ଗଣଶିକ୍ଷା ମନ୍ତ୍ରୀଙ୍କ ପରେ ସଚିବ ନେଉଛନ୍ତି ବୈଠକ । ଗଣଶିକ୍ଷା ସଚିବଙ୍କ ଚ୍ୟାମ୍ବରରେ SCERT ନିର୍ଦ୍ଦେଶିକା ମଧୁସ୍ମିତା ସାହୁ, ଓସେପା ନିର୍ଦ୍ଦେଶିକା ଅନନ୍ୟା ଦାସ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି । ବହି ତ୍ରୁଟି ମାମଲାର ତଦନ୍ତ କ୍ରାଇମ୍ବ୍ରାଞ୍ଚ ହାତକୁ ଯିବା ପରେ ବଡ଼ବଡ଼ିଆ ଛାନିଆ। ଆଜି ବିଦ୍ଧବଦ୍ଧ ଭାବେ ବହି ତ୍ରୁଟି ନେଇ କ୍ରାଇମବ୍ରାଞ୍ଚରେ ଏଫଆଇଆର ଦେବେ SCERT ନିର୍ଦ୍ଦେଶିକା ମଧୁସ୍ମିତା ସାହୁ । ଏହା ପୂର୍ବରୁ ଗଣଶିକ୍ଷା ସଚିବ ଓ ଓସେପା ନିର୍ଦ୍ଦେଶିକାଙ୍କ ସହ ଆଲୋଚନା କରିଛନ୍ତି ।ପାଠ୍ୟପୁସ୍ତକ ତ୍ରୁଟି ଷଡ଼ଯନ୍ତ୍ରରେ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେନେଇ କ୍ରାଇମ୍ବ୍ରାଞ୍ଚ ଟିମ୍ ଖୋଳତାଡ଼ କରୁଛି । ସମଗ୍ର ଘଟଣାର ତଦନ୍ତ ପାଇଁ ୫ଜଣିଆ ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି । ଯେଉଁଥିରେ କ୍ରାଇମବ୍ରାଞ୍ଚର ଜଣେ ଏସ୍ପିଙ୍କ ନେତୃତ୍ବରେ ଜଣେ ଡିଏସ୍ପି ପାହ୍ୟାର ଅଧିକାରୀଙ୍କ ଦାୟିତ୍ବ ନ୍ୟସ୍ତ କରାଯାଇବା ବେଳେ ସହଯୋଗ କରିବାକୁ ଆଉ ତିନି ଜଣ ଅଫିସର୍ ସାମିଲ । ଇତିମଧ୍ୟରେ ତ୍ରୁଟି ପଛରେ ଯେଉଁମାନେ ରହିଛନ୍ତି ସେମାନଙ୍କ ତାଲିକା ପ୍ରସ୍ତୁତ ହେଉଛି ।










