34.5 C
Bhubaneswar
Monday, July 13, 2026
Homeଓଡିଶାଭିଜିଲାନ୍ସ ଜାଲରେ ITDA ସହକାରୀ ନିର୍ଦ୍ଦେଶକ

ଭିଜିଲାନ୍ସ ଜାଲରେ ITDA ସହକାରୀ ନିର୍ଦ୍ଦେଶକ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ନେଇ ସନ୍ଦେହରେ ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ୱର ITDAର ସହକାରୀ ନିର୍ଦ୍ଦେଶକଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଆଜି ଚଢ଼ାଉ ଜାରି ରହିଛି । ସୂଚନା ଅନୁସାରେ, ଭୁବନେଶ୍ୱର ITDAରେ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଧିକାରୀଙ୍କ ଠିକଣାରେ ଭିଜିଲାନ୍ସ ଟିମ୍‌ ଯାଞ୍ଚ କରୁଛି । ଭୁବନେଶ୍ୱର, ରାଉରକେଲା ଓ କୋରାପୁଟର ମେଡିକାଲ ରୋଡ୍‌ ଅଞ୍ଚଳରେ ଥିବା ଲଜ୍‌ ସମେତ ତିନୋଟି ସ୍ଥାନରେ ଏକାସାଙ୍ଗରେ ରେଡ୍‌ ଚାଲିଥିବା ଜଣାପଡ଼ିଛି ।ସୂଚନା ମୁତାବକ, ସମ୍ପୃକ୍ତ ଅଧିକାରୀ ପୂର୍ବରୁ କୋରାପୁଟ ITDAରେ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। କିଛି ମାସ ପୂର୍ବରୁ ତାଙ୍କର ଭୁବନେଶ୍ୱରକୁ ବଦଳି ହୋଇଥିଲା । ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢ଼ାଉ ସମୟରେ ବିଭିନ୍ନ କାଗଜପତ୍ର, ସମ୍ପତ୍ତି ସମ୍ବନ୍ଧୀୟ ତଥ୍ୟ ଓ ଅନ୍ୟାନ୍ୟ ଦଲିଲ ଯାଞ୍ଚ କରାଯାଉଛି । ତଦନ୍ତ ପରେ ଅଧିକ ତଥ୍ୟ ସ୍ପଷ୍ଟ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking