ଉଦଳା: ଉଦଳାରୁ ଆଜିଠାରୁ ସମସ୍ତ ରୁଟ୍କୁ ବସ ଚଳାଚଳ ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତକାଲି ଉଦଳା ବସ ଷ୍ଟାଣ୍ଡରେ ବସ କଣ୍ଡକ୍ଟର ରବୀନ୍ଦ୍ର ପରିଛାଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିବାଦରେ ଉଦଳା ବସ ମାଲିକ ସଂଘ ପକ୍ଷରୁ ଏହି ବସ ବନ୍ଦ ଡାକରା ଦିଆଯାଇଛି। ସଂଘର କହିବା ଅନୁଯାୟୀ, ଆକ୍ରମଣକାରୀମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ପର୍ଯ୍ୟନ୍ତ ବସ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ। ଏହାର ପ୍ରଭାବରେ ଆଜି ସକାଳଠାରୁ ଉଦଳା ବସ ଷ୍ଟାଣ୍ଡରୁ କୌଣସି ରୁଟ୍କୁ ବସ ଚଳାଚଳ କରିନାହିଁ। ବସ ସେବା ବନ୍ଦ ରହିଥିବାରୁ ଯାତ୍ରୀମାନେ ବିକଳ୍ପ ଯାନବାହନ ଉପରେ ନିର୍ଭର କରୁଛନ୍ତି।










