28.9 C
Bhubaneswar
Saturday, July 11, 2026
Homeଓଡିଶାମେଧା ବଗି କାରଖାନାରେ ଇଞ୍ଜିନିୟର ଓ ଉତ୍ପାଦନ ଦଳ ସହ ମତ ବିନିମୟ କଲେ ରେଳମନ୍ତ୍ରୀ

ମେଧା ବଗି କାରଖାନାରେ ଇଞ୍ଜିନିୟର ଓ ଉତ୍ପାଦନ ଦଳ ସହ ମତ ବିନିମୟ କଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ହାଇଦ୍ରାବାଦ ସ୍ଥିତ ‘ମେଧା ବଗି କାରଖାନା’ ପରିଦର୍ଶନ କରି ଇଞ୍ଜିନିୟର ଏବଂ ଉତ୍ପାଦନ ଦଳ ସହିତ ଆଲୋଚନା କରିଛନ୍ତି। ଏହି ସମୟରେ ସମୟରେ କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ ମଧ୍ଯ ଉପସ୍ଥିତ ଥିଲେ।
ପରିଦର୍ଶନ ସମୟରେ, ମନ୍ତ୍ରୀ ନିର୍ମାଣ ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟର ସମୀକ୍ଷା କରିବା ସହ ରେଳ କୋଚ୍ ଏବଂ ଏହାର ଯନ୍ତ୍ରାଂଶ ଉତ୍ପାଦନରେ ନିୟୋଜିତ ଇଞ୍ଜିନିୟର ଏବଂ ନିର୍ମାଣକାରୀ ଦଳ ସହ ପ୍ରତ୍ୟକ୍ଷ ଆଲୋଚନା କରିଥିଲେ। ସେ ଉତ୍ପାଦନ ପ୍ରକ୍ରିୟା, ବୈଷୟିକ ଦକ୍ଷତା, ଦକ୍ଷତା ବିକାଶ ପଦକ୍ଷେପ ଏବଂ ଉନ୍ନତ ମାନର ନିର୍ମାଣ କାର୍ଯ୍ୟକୁ ସହଯୋଗ କରିବା ପାଇଁ କର୍ମଚାରୀମାନଙ୍କୁ ଦିଆଯାଉଥିବା ପ୍ରଶିକ୍ଷଣ ସମ୍ପର୍କରେ ପ୍ରତ୍ୟକ୍ଷ ମତାମତ ନେଇଥିଲେ।
ଶ୍ରୀ ବୈଷ୍ଣବ କର୍ମଚାରୀମାନଙ୍କ ଦୈନନ୍ଦିନ ଦାୟିତ୍ୱ, ସେମାନଙ୍କ ଶିକ୍ଷଣ ଓ ପ୍ରଶିକ୍ଷଣର ଅନୁଭୂତି ଏବଂ କାରଖାନା ମଧ୍ୟରେ ଆଧୁନିକ ନିର୍ମାଣ ଶୈଳୀର ପ୍ରୟୋଗ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ। ଭାରତର ବୃଦ୍ଧି ପାଉଥିବା ରେଳ ଉତ୍ପାଦନ କ୍ଷମତା ପାଇଁ ଏକ ଉଚ୍ଚ ଦକ୍ଷତା ସମ୍ପନ୍ନ ଶ୍ରମଶକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରି, ସେ ଏହି ସମସ୍ତ ଦଳର ନିଷ୍ଠା, ବୈଷୟିକ ଜ୍ଞାନ ଏବଂ ପ୍ରତିବଦ୍ଧତାର ପ୍ରଶଂସା କରିଥିଲେ।
ମନ୍ତ୍ରୀ ଉତ୍ପାଦନ ଭିତ୍ତିଭୂମିର ମଧ୍ୟ ସମୀକ୍ଷା କରିବା ସହ କାରଖାନାର ଗୁଣବତ୍ତା ମାନଦଣ୍ଡ, ଉତ୍ପାଦନ ପ୍ରଣାଳୀ ଏବଂ କ୍ଷମତା ବୃଦ୍ଧି କାର୍ଯ୍ୟକ୍ରମ ବିଷୟରେ ସଦ୍ୟତମ ସୂଚନା ଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking