ଭୁବନେଶ୍ୱର: ଆସନ୍ତା ୧୩ରୁ ଲଘୁଚାପଜନିତ ବର୍ଷା। ଯାହା ଚାଷ ଉପରେ ବଡ଼ ପ୍ରଭାବ ପକାଇବ। ଚଳିତ ବର୍ଷ ଓଡ଼ିଶାର କୃଷି କ୍ଷେତ୍ର ପ୍ରଭାବିତ ହେବାକୁ ଯାଉଛି । ଜୁଲାଇ ଅଧାରୁ ଅଗଷ୍ଟ ମାସ ଅଧା ଭିତରେ ଧାନ ତଳି ରୁଆ ଓ ବେଉଷଣ କାମ ସରିବା କଥା। କିନ୍ତୁ ଏପର୍ଯ୍ୟନ୍ତ ଚାଷୀ ଧାନ ତଳି ପକାଇ ପାରିନାହାନ୍ତି। ଯେଉଁ କିଛି ସ୍ଥାନରେ ଧାନ ତଳି ପଡିଥିଲା ସେ ସବୁ ଗତ ଲଗାଣ ବର୍ଷାରେ ନଷ୍ଟ ହୋଇଛି l ଦୁଇ ଦିନ ପରେ ପୁଣି ଲଗାଣ ବର୍ଷା ରହିଛି l ତେଣୁ ଚାଷୀ ତଳି ପକାଇବାକୁ ଆଉ ଦଶ ଦିନ ବିଳମ୍ବ ହେବ। ଏଥିସହ ଏଲ୍ନିନୋ ପ୍ରଭାବ ଯୋଗୁ ସେପ୍ଟେମ୍ବର ଅକ୍ଟୋବରରେ କମ୍ ବର୍ଷା ହେବ। ତେଣୁ ଧାନ ଅମଳ ମଧ୍ୟ କମିବ l ତେଣୁ ଚାଷୀମାନେ ମଧ୍ୟମ କିଷମ ଅର୍ଥାତ୍ ଶହେ ଦିନିଆ ଧାନ ଚାଷ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ପାଣିପାଗ ବିଶେଷଜ୍ଞ।










