35.3 C
Bhubaneswar
Saturday, July 11, 2026
Homeଓଡିଶାବିଜେପି ପାର୍ଟି ଅଫିସରେ ସୌଭିକ ବିଶ୍ୱାଳ

ବିଜେପି ପାର୍ଟି ଅଫିସରେ ସୌଭିକ ବିଶ୍ୱାଳ

ଭୁବନେଶ୍ୱର: ବିଜେପି ପାର୍ଟି ଅଫିସରେ ସୌଭିକ ବିଶ୍ୱାଳ । ବିଜେପି ପାର୍ଟି ଅଫିସରେ କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ । ପଦ୍ମ ଧରିବା ନେଇ ଚର୍ଚ୍ଚା ହେଉଛି । ଆଜି ଅଚାନକ ବିଜେପି ପାର୍ଟି ଅଫିସରେ ପହଞ୍ଚିଛନ୍ତି ସୌଭିକ । କ୍ରସ ଭୋଟିଂକୁ ନେଇ ବିଜେଡିରୁ ନିଲମ୍ବନ ହୋଇଛନ୍ତି ସୌଭିକ ବିଶ୍ୱାଳ । ସୌଭିକ ବିଜେପି ପାର୍ଟି ଅଫିସ ଆସିବା ପରେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି । ଯେତେବେଳେ ଆଗକୁ ପଞ୍ଚାୟତ ପୌର ନିର୍ବାଚନ ହେବାକୁ ଯାଉଛି ଏଭଳି ସ୍ଥଳରେ ବିଜେଡିରୁ ବିଜେପି ମୁହାଁ ହେଉଥିବା ସୂଚନା ମିଳିଛି । ସୂଚନା ଥାଉରକି, ସୌଭିକ ବିଶ୍ୱାଳ ରାଜ୍ୟସଭା ଉପନିର୍ବାଚନରେ କ୍ରସ ଭୋଟିଂ କରିବା ପରେ ବିଜେଡି ତାଙ୍କୁ ଦଳରୁ ନିଲମ୍ବନ କରିଥିଲା । ସୌଭିକ ମଧ୍ୟ ବିଜେଡି ଉପରେ ଆକ୍ରୋସ ରଖି ଗଣମାଧ୍ୟମରେ ଅସନ୍ତୋଷ ପ୍ରକାଶ କରିଥିଲେ । କିନ୍ତୁ ବର୍ତ୍ତମାନ ସେ ବିଜେପିରେ ଅଫିସରେ ପହଞ୍ଚିଛନ୍ତି । ତେବେ ପଦ୍ମ ଧରି ବିଜେପିରେ ମିଶିବେ କି ସୌଭିକ ବିଶ୍ୱାଳ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking