33.1 C
Bhubaneswar
Friday, July 10, 2026
Homeଓଡିଶାସମ୍ବଲପୁର ବିଶ୍ୱବିଦ୍ୟାଳୟରେ ମାନସିକ ନିର୍ଯାତନା: ଅଭିଯୋଗ ଆଣିଲେ JRF ଛାତ୍ର

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ମାନସିକ ନିର୍ଯାତନା: ଅଭିଯୋଗ ଆଣିଲେ JRF ଛାତ୍ର

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜୁନିଅର ରିସର୍ଚ୍ଚ ଫେଲୋସିପ୍ ପ୍ରାପ୍ତ ଛାତ୍ର ରିଙ୍କୁ ମେହେର ବିଭାଗ ମୁଖ୍ୟଙ୍କ ବିରୋଧରେ ମାନସିକ ନିର୍ଯାତନାର ସଙ୍ଗିନ ଅଭିଯୋଗ ଆଣିଛନ୍ତି । ତାଙ୍କ କହିବା ଅନୁଯାୟୀ, ଏହି ପ୍ରସଙ୍ଗରେ ସେ ପୂର୍ବରୁ ବାରମ୍ବାର ବିଶ୍ୱବିଦ୍ୟାଳୟର କୁଳପତି ଓ ଅନ୍ୟ କର୍ତ୍ତୃପକ୍ଷଙ୍କୁ ଇ-ମେଲ୍‌ ମାଧ୍ୟମରେ ଅବଗତ କରାଇଥିଲେ । ତେବେ ଅଭିଯୋଗର ସମାଧାନ ହୋଇନଥିବାରୁ ସେ ପୁଣିଥରେ ଇ-ମେଲ୍‌ ଯୋଗେ ନିଜର ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ଏବଂ ଏହି ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ କରିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି ।ଏହାସହ ଘଟଣା ସମ୍ପର୍କରେ ସେ ସ୍ଥାନୀୟ ଥାନାରେ ମଧ୍ୟ ଏତଲା ଦାଖଲ କରିଛନ୍ତି । ଏହି ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ ମହଲରେ ଚର୍ଚ୍ଚା ବଢ଼ିଥିବାବେଳେ, ଛାତ୍ରଙ୍କ ଅଭିଯୋଗ ଓ ଇ-ମେଲ୍‌ରେ ଉଠାଯାଇଥିବା ପ୍ରସଙ୍ଗ ଉପରେ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି । ଘଟଣାର ସତ୍ୟତା ଓ ଅଭିଯୋଗର ଯଥାର୍ଥତା ତଦନ୍ତ ପରେ ସ୍ପଷ୍ଟ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking