27.9 C
Bhubaneswar
Thursday, July 9, 2026
Homeଓଡିଶାପଞ୍ଚାୟତ ଓ ପୌର ନିର୍ବାଚନ ବାଜିଲା ବିଗୁଲ

ପଞ୍ଚାୟତ ଓ ପୌର ନିର୍ବାଚନ ବାଜିଲା ବିଗୁଲ

ଭୁବନେଶ୍ୱର : ଆସନ୍ତା ୨୦୨୭ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ବୁଥଭିତ୍ତିକ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ କରାଯିବାକୁ ଥିବା ଡୋର୍‌-ଟୁ-ଡୋର୍‌ (ଡି୨ଡି) ସର୍ଭେ ସମ୍ପର୍କରେ ଆସନ୍ତା ଜୁଲାଇ ୨୧ ତାରିଖ ସକାଳ ୧୧ଟା ୩୦ ମିନିଟରେ ସମସ୍ତ ଜିଲ୍ଲାପାଳଙ୍କ ସହ ଏକ ଭିଡିଓ କନଫରେନ୍ସ ଅନୁଷ୍ଠିତ ହେବ।

ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ଓଏସ୍‌ୱାନ୍‌  ପ୍ଲାଟଫର୍ମ ମାଧ୍ୟମରେ ହେବାକୁ ଥିବା ଏହି ବୈଠକରେ ୨୦୨୭ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ସହରାଞ୍ଚଳ ସ୍ଥାନୀୟ କାଉନସିଲଗୁଡ଼ିକର ବୁଥଭିତ୍ତିକ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଘରକୁ ଘର ସର୍ଭେର ରୂପରେଖା ଓ କାର୍ୟ୍ୟପନ୍ଥା ଉପରେ ଆଲୋଚନା ହେବ।ଏହାଛଡ଼ା, ୨୦୨୨ ସହରାଞ୍ଚଳ ସ୍ଥାନୀୟ କାଉନସିଲ୍ ନିର୍ବାଚନ ସମ୍ବନ୍ଧୀୟ ବକେୟା ଡିସି ବିଲ୍‌  ଓ ଉପଯୋଗ ପ୍ରମାଣପତ୍ର  ଦାଖଲର ଅଗ୍ରଗତି ସମୀକ୍ଷା କରାଯିବ। ଏହି ବକେୟା କାଗଜପତ୍ର ଶୀଘ୍ର ସମାଧାନ ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯିବ।ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ୟୁଏଲବି ନିର୍ବାଚନର ନୋଡାଲ ଅଧିକାରୀ), ସମସ୍ତ ଇଆରଓ, ଏଇଆରଓ ଏବଂ ସମ୍ପୃକ୍ତ ରାଜସ୍ୱ ଅଧିକାରୀମାନେ ମଧ୍ୟ ଜିଲ୍ଲା ଓଏସୱାନ୍‌ କେନ୍ଦ୍ରରୁ ଭିଡିଓ କନଫରେନ୍ସରେ ଯୋଗଦେବେ। ଏହି ବୈଠକକୁ ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରଶାସନିକ ପ୍ରସ୍ତୁତିର ପ୍ରଥମ ପ୍ରମୁଖ ପଦକ୍ଷେପ ଭାବେ ଦେଖାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking