31 C
Bhubaneswar
Thursday, July 9, 2026
Homeଓଡିଶାଅଲାରନାଥଙ୍କ ଅଣସର ଦର୍ଶନର ଦଶମ ଦିନ: ଭୋରୁ ଭକ୍ତଙ୍କ ଲମ୍ବା ଧାଡ଼ି

ଅଲାରନାଥଙ୍କ ଅଣସର ଦର୍ଶନର ଦଶମ ଦିନ: ଭୋରୁ ଭକ୍ତଙ୍କ ଲମ୍ବା ଧାଡ଼ି

ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁ ବର୍ତ୍ତମାନ ଅଣସରରେ ରହି ଜ୍ୱରରେ ପୀଡ଼ିତ ଥିବାରୁ ଭକ୍ତମାନେ ଶ୍ରୀମନ୍ଦିରରେ ତାଙ୍କ ପ୍ରତ୍ୟକ୍ଷ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ଏହି ସମୟରେ ପରମ୍ପରା ଅନୁଯାୟୀ ଭକ୍ତମାନେ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥଙ୍କ ଦର୍ଶନ କରି ମହାପ୍ରଭୁଙ୍କ ଦର୍ଶନର ସମଫଳ ଲାଭ କରୁଛନ୍ତି । ଆଜି ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନର ଦଶମ ଦିନ । ଭୋର ୪ଟାରେ ଦ୍ୱାର ଫିଟା ନୀତି ପରେ ମଙ୍ଗଳ ଆଳତି, ଅବକାଶ, ବେଶ ଏବଂ ଗୋପାଳ ବଲ୍ଲଭ ନୀତି ସମ୍ପନ୍ନ ହୋଇଛି । ଏହାପରେ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଖୋଲାଯାଇଛି ।ସକାଳୁ ସକାଳୁ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀ ଅଲାରନାଥଙ୍କ ଦର୍ଶନ ପାଇଁ ମନ୍ଦିରରେ ପହଞ୍ଚୁଥିବାବେଳେ ସମଗ୍ର ପରିସର ଭକ୍ତିମୟ ପରିବେଶରେ ଉତ୍ସବମୁଖର ହୋଇଉଠିଛି । ମହାପ୍ରଭୁଙ୍କ ଅଣସର କାଳରେ ଶ୍ରୀ ଅଲାରନାଥଙ୍କ ଦର୍ଶନର ବିଶେଷ ଧାର୍ମିକ ମହତ୍ତ୍ୱ ଥିବାରୁ ପ୍ରତିଦିନ ଭକ୍ତଙ୍କ ଭିଡ଼ ବଢ଼ୁଥିବା ଦେଖିବାକୁ ମିଳୁଛି । ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking