32.2 C
Bhubaneswar
Tuesday, July 7, 2026
Homeଦେଶ ବିଦେଶ୫ ଦିନରେ ଅମରନାଥ ଦର୍ଶନ କଲେଣି ପ୍ରାୟ ୧ ଲକ୍ଷ ଭକ୍ତ

୫ ଦିନରେ ଅମରନାଥ ଦର୍ଶନ କଲେଣି ପ୍ରାୟ ୧ ଲକ୍ଷ ଭକ୍ତ

ନୂଆଦିଲ୍ଲୀ: ଚଳିତ ବର୍ଷର ପବିତ୍ର ବାର୍ଷିକ ଅମରନାଥ ଯାତ୍ରା ପାଇଁ ଭକ୍ତଙ୍କ ମଧ୍ୟରେ ଅଦ୍ଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ମଙ୍ଗଳବାର ସକାଳେ ୩୧ ଜଣ ବିଦେଶୀ ନାଗରିକଙ୍କ ସମେତ ମୋଟ ୮, ୮୧୫ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଚଳିତ ବର୍ଷର ସବୁଠାରୁ ବଡ ଦଳ ଜମ୍ମୁର ଭଗବତୀ ନଗର ବେସ କ୍ୟାମ୍ପରୁ କଡା ସୁରକ୍ଷା ବଳୟ ମଧ୍ୟରେ ପବିତ୍ର ଗୁମ୍ଫା ଅଭିମୁଖେ ଯାତ୍ରା କରିଛି । ଗତ ଜୁଲାଇ ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ମାତ୍ର ପ୍ରଥମ ୪ ଦିନ ମଧ୍ୟରେ ୩,୮୮୦ ମିଟର ଉଚ୍ଚତାରେ ଅବସ୍ଥିତ ଏହି ପବିତ୍ର ଗୁମ୍ଫାରେ ବାବା ବରଫାନୀଙ୍କୁ ଦର୍ଶନ କରିଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୯୩, ୦୦୦ ଅତିକ୍ରମ କରିସାରିଛି । ଆଜି ସନ୍ଧ୍ୟା ସୁଦ୍ଧା ଏହି ସଂଖ୍ୟା ୧ ଲକ୍ଷ ଟପିଯିବ ବୋଲି ପ୍ରଶାସନ ପକ୍ଷରୁ ଆଶା କରାଯାଉଛି । ଯାହା ଚଳିତ ବର୍ଷର ରେକର୍ଡ ଭିଡକୁ ଦର୍ଶାଉଛି । ଆଗାମୀ ଅଗଷ୍ଟ ୨୮ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅତି କଡାକଡି କରାଯାଇଛି । ଚଳିତ ଯାତ୍ରା ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ଜମ୍ମୁ ବେସ୍ କ୍ୟାମ୍ପ ଛାଡ଼ିଥିବା ମୋଟ ଶ୍ରଦ୍ଧାଳୁଙ୍କ ସଂଖ୍ୟା ୩୪,୮୨୯ରେ ପହଞ୍ଚିଛି। ଏହାପୂର୍ବରୁ ଗତ ରବିବାର ସର୍ବାଧିକ ୬,୭୨୧ ଜଣ ଯାତ୍ରୀ ଯାଇଥିବା ବେଳେ ମଙ୍ଗଳବାରର ଏହି ଦଳ ସେହି ରେକର୍ଡକୁ ଭାଙ୍ଗିଛି। ଏହି ଅପ୍ରତ୍ୟାଶିତ ଭିଡ଼କୁ ଦୃଷ୍ଟିରେ ରଖି ଜମ୍ମୁ-କାଶ୍ମୀର ପ୍ରଶାସନ ପକ୍ଷରୁ ଅଣ-ପଞ୍ଜୀକୃତ ଭକ୍ତମାନଙ୍କୁ ଆସନ୍ତା ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ନିଜର ଯାତ୍ରା ସ୍ଥଗିତ ରଖିବାକୁ ପରାମର୍ଶ ଦିଆଯାଇଛି, କାରଣ ଏହି ସମୟ ପର୍ଯ୍ୟନ୍ତ ସମସ୍ତ ସ୍ଲଟ୍ ସମ୍ପୂର୍ଣ୍ଣ ବୁକ୍ ହୋଇସାରିଛି। କେବଳ ବୈଧ ପଞ୍ଜୀକରଣ ଥିବା ଶ୍ରଦ୍ଧାଳୁଙ୍କୁ ହିଁ କାଶ୍ମୀର ସୀମା ଭିତରକୁ ପ୍ରବେଶ ଅନୁମତି ମିଳୁଛି ଏବଂ ଅନ୍ୟମାନଙ୍କୁ ସ୍ୱତନ୍ତ୍ର ଚେକପଏଣ୍ଟ ନିକଟରେ ଅଟକାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking