ପୁରୀ: ଅଲାରନାଥଙ୍କୁ ଦର୍ଶନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଆଜି ବ୍ରହ୍ମଗିରି ଯାଇ ମହାପ୍ରଭୁ ଅଲାରନାଥଙ୍କ ଦର୍ଶନ କରିଛନ୍ତି । ତାଙ୍କ ସହ ସମ୍ବିତ ପାତ୍ର, ପୁରୀ ବିଧାୟକ ସୁନୀଲ ମହାନ୍ତି ଏବଂ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ ।ମନ୍ଦିର ପରିସରରେ ପହଞ୍ଚିବା ପରେ ପ୍ରଶାସନ ଏବଂ ସେବାୟତମାନଙ୍କ ପକ୍ଷରୁ ଉପ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା । ପ୍ରଭାତୀ ପରିଡା ଅଲାରନାଥଙ୍କ ଦର୍ଶନ କରିବା ସହ ମନ୍ଦିର ପରିକ୍ରମା କରିଥିଲେ । ସେ ମନ୍ଦିର ପରିସରରେ ଥିବା ମହାଲକ୍ଷ୍ମୀ ଓ ଚୈତନ୍ୟଙ୍କ ମନ୍ଦିରରେ ମଧ୍ୟ ଦର୍ଶନ କରି ରାଜ୍ୟର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିବା ସୂଚନା ମିଳିଛି ।










