ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତଣ୍ଡିବେଡା – ମନୋହରପୁର ଗ୍ରାମ ମଧ୍ୟସ୍ଥ ସୀତା ନଦୀ ପୋଲ ନିକଟରେ ଆଜି ଉପର ମୁଣ୍ଡରୁ ଆସୁଥିବା ବଢ଼ି ପାଣିରେ ସେଠାରେ ଗାଧାଉଥିବା ଲକ୍ଷ୍ମିପଶି ଗ୍ରାମର ୪ ଜଣ ଯୁବକ ଭାସି ଯାଇଥିଲେ। ଆଜି ପୂର୍ବାହ୍ନ ୧୦ଟା ପରେ ପରେ ଏହି ଘଟଣା ଘଟିଥିବା ବେଳେ ଭାସିଯାଇଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣ ପହଁରି ପହଁରି କୂଳରେ ଲାଗି ପ୍ରାଣ ରକ୍ଷା କରିବାରେ ସକ୍ଷମ ହୋଇଥିବା ବେଳେ ଆଉ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଘଟଗାଁ ଅଗ୍ନିଶମ ବାହିନୀ ଆଜି ଦିନ ୨.୩୦ ପରେ ପରେ ମୃତକ ଲକ୍ଷ୍ମୀପଶି ଗ୍ରାମର ଟିକେଇ ନାଏକ (୩୦) ର ଶବକୁ ଉଦ୍ଧାର କରିଛନ୍ତି। ନିଶ୍ଚିତ ମୃତ୍ୟୁ ମୁଖରୁ ୩ ଜଣ ବର୍ତ୍ତି ଯାଇଥିବା ଯୁବକମାନେ ସେହି ଲକ୍ଷ୍ମୀପଶୀ ଗ୍ରାମର ଓ ସେମାନେ ହେଲେ ବିରଞ୍ଚି ନାଏକ, ବସନ୍ତ ନାଏକ ଓ ଅଜିତ୍ ନାଏକ ବୋଲି ଜଣାପଡ଼ିଛି।










