30 C
Bhubaneswar
Monday, July 6, 2026
Homeଓଡିଶାଚନ୍ଦ୍ରଗିରିରେ ଧୁମଧାମରେ ପାଳିତ ହେଉଛି ଦଲାଇ ଲାମାଙ୍କ ୯୧ତମ ଜନ୍ମଦିବସ

ଚନ୍ଦ୍ରଗିରିରେ ଧୁମଧାମରେ ପାଳିତ ହେଉଛି ଦଲାଇ ଲାମାଙ୍କ ୯୧ତମ ଜନ୍ମଦିବସ

ଗଜପତି: ଗଜପତି ଜିଲ୍ଲାର ଚନ୍ଦ୍ରଗିରିଠାରେ ତିବତୀୟ ଧର୍ମଗୁରୁଙ୍କ ୯୧ତମ ଜନ୍ମଦିବସ ଧୁମଧାମରେ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମ ତିନିଦିନ ଧରି ଚନ୍ଦ୍ରଗିରି ସ୍ଥିତ ତିବତୀୟ ସେଟେଲମେଣ୍ଟ କାର୍ଯ୍ୟାଳୟ ପରିସରରେ ପାଳନ କରାଯିବ । ଆୟୋଜିତ ଏହି ଉତ୍ସଵ ରେ ଲାମା ଗୁରୁଜୀ ଜିଗମେ ରିମପୁଚେଙ୍କ ସମେତ ପାଞ୍ଚୋଗୋଟି କ୍ୟାମ୍ପର ଶତାଧିକ ତିବତୀୟ ମହିଳା ଓ ପୁରୁଷ ଯୋଗ ଦେଇ ଦଲାଇ ଲାମାଙ୍କ ଉଦେଶ୍ୟରେ କେକ୍ କାଟି ଧୁମଧାମରେ ଜନ୍ମଦିବସ ପାଳନ କରାଯାଉଛି ।ଏହା ସହ ସଙ୍ଗୀତ, ନୃତ୍ୟ,ସାମୂହିକ ପ୍ରାର୍ଥନା, ବୁଦ୍ଧ ବନ୍ଦନା ଓ ଶାନ୍ତି ପାଇଁ ପ୍ରାର୍ଥନା ମଧ୍ୟ କରାଯାଉଛି । ଏହି ଅବସରରେ ଦଲାଇ ଲାମାଙ୍କ ଦୀର୍ଘାୟୁ, ସୁସ୍ୱାସ୍ଥ୍ୟ ଏବଂ ବିଶ୍ୱ ଶାନ୍ତି କାମନା କରାଯାଉଛି । ପାରମ୍ପରିକ ତିବତୀୟ ପୋଷାକ ପରିଧାନ କରି ଶରଣାର୍ଥୀମାନେ ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ ଆନନ୍ଦ ଉଲ୍ଲାସରେ ଜନ୍ମଦିବସ ଉତ୍ସବ ପାଳନ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking