30 C
Bhubaneswar
Monday, July 6, 2026
Homeଓଡିଶାରଥଯାତ୍ରାରେ କର୍ଡନ୍ ପାସ୍ ଉପରେ କଡ଼ା କଟକଣା

ରଥଯାତ୍ରାରେ କର୍ଡନ୍ ପାସ୍ ଉପରେ କଡ଼ା କଟକଣା

ଭୁବନେଶ୍ୱର: ରଥଯାତ୍ରାରେ ଶୃଙ୍ଖଳା ଓ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା । ଏହି ଲକ୍ଷ୍ୟକୁ ନେଇ କର୍ଡନ୍ ପାସ୍ ବ୍ୟବସ୍ଥାରେ ଆଣାଯାଇଛି କଡ଼ା ନିୟମ । ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଅନୁଯାୟୀ, କର୍ଡନ୍ ପାସ୍ ଆଉ ମନଇଚ୍ଛା ବଣ୍ଟନ କରାଯିବ ନାହିଁ । କେବଳ ଯେଉଁମାନେ ରଥଯାତ୍ରା ପରିଚାଳନା ଓ ମହାପ୍ରଭୁଙ୍କ ନୀତିକାନ୍ତିରେ ସିଧାସଳଖ ଭାବେ ନିୟୋଜିତ ରହିବେ, ସେମାନଙ୍କୁ ହିଁ କର୍ଡନ୍ ପାସ୍ ପ୍ରଦାନ କରାଯିବ । ଏହି ବ୍ୟବସ୍ଥା ମାଧ୍ୟମରେ ଅନାବଶ୍ୟକ ଭିଡ଼କୁ ନିୟନ୍ତ୍ରଣ କରିବା ସହ ରଥଯାତ୍ରାର ସୁରକ୍ଷା ଓ ଶୃଙ୍ଖଳାକୁ ଆହୁରି ସୁଦୃଢ଼ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି ।

ସେହିପରି କର୍ଡନ୍ ଅଞ୍ଚଳକୁ ବେନିୟମ ଭାବେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବ୍ୟକ୍ତିଙ୍କୁ ଶାଳୀନତାର ସହ ବାରଣ କରିବାକୁ ମଧ୍ୟ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଭକ୍ତମାନଙ୍କ ସୁବିଧା, ସେବାୟତଙ୍କ ନୀତିକାନ୍ତି ଓ ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାର ବ୍ୟାଘାତ ସୃଷ୍ଟି ନ ହେଉ, ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି । ରଥଯାତ୍ରା ବିଶ୍ୱର ସବୁଠୁ ବଡ଼ ଧାର୍ମିକ ସମାବେଶ ମଧ୍ୟରୁ ଅନ୍ୟତମ। ତେଣୁ ସୁରକ୍ଷା, ଶୃଙ୍ଖଳା ଓ ସୁଚାରୁ ପରିଚାଳନାକୁ ଦୃଷ୍ଟିରେ ରଖି କର୍ଡନ୍ ପାସ୍ ବ୍ୟବସ୍ଥାରେ କଡ଼ାକଡ଼ି କରାଯାଇଛି । ଏହାଦ୍ୱାରା ରଥଯାତ୍ରା ପରିଚାଳନା ଆହୁରି ସୁବ୍ୟବସ୍ଥିତ ହେବ ବୋଲି ପ୍ରଶାସନ ଆଶା ପ୍ରକାଶ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking