25.6 C
Bhubaneswar
Saturday, July 4, 2026
Homeଓଡିଶାଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ ପ୍ରସ୍ତୁତି ସମୀକ୍ଷା

ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ ପ୍ରସ୍ତୁତି ସମୀକ୍ଷା

ଭୁବନେଶ୍ୱର: ଭାରତର ମାନ୍ୟବର ଉପରାଷ୍ଟ୍ରପତିଙ୍କ ୯ ଜୁଲାଇରେ ଓଡ଼ିଶା ଗସ୍ତକୁ ସଫଳ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ନିମନ୍ତେ ଆଜି ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା, ପ୍ରୋଟୋକଲ, ଯାତାୟତ, ଚିକିତ୍ସା, ମୌଳିକ ସୁବିଧା, ଏବଂ ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇ ସମ୍ପୃକ୍ତ ବିଭାଗଗୁଡ଼ିକୁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା। ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ମାନ୍ୟବର ଉପରାଷ୍ଟ୍ରପତି ସେଦିନ ଭୁବନେଶ୍ୱର କୃଷି ଶିକ୍ଷା ସଦନ ଠାରେ ‘ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ‘ଲେଟର ଅଫ୍ ଅଥରାଇଜେସନ୍’ର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଯୋଗଦେବେ। ଏହାସହ ସେ ଖୋର୍ଦ୍ଧା ସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ(ନାଇଜର) ର ୧୫ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିଭାଷଣ ପ୍ରଦାନ କରିବେ। ବୈଠକରେ ଉପରାଷ୍ଟ୍ରପତିଙ୍କ ସମଗ୍ର ଗସ୍ତ ସମୟରେ ସର୍ବୋଚ୍ଚ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା, ଗସ୍ତସ୍ଥଳ ନିରବଚ୍ଛିନ୍ନ ବିଦ୍ୟୁତ, ପାନୀୟଜଳ, ଅଗ୍ନି ନିର୍ବାପନ, ସ୍ୱଚ୍ଛତା, ସଡ଼କ ମରାମତି, ଚିକିତ୍ସା ସେବା, ଆମ୍ବୁଲାନ୍ସ, ଯାନବାହନ ବ୍ୟବସ୍ଥା ସମ୍ପର୍କିତ ସମସ୍ତ ବ୍ୟବସ୍ଥାକୁ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ସଂପୃକ୍ତ ବିଭାଗମାନଙ୍କୁ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ବ୍ୟବସ୍ଥାରେ ବିଭାଗଗୁଡ଼ିକ ମଧ୍ୟରେ ନିବିଡ଼ ସମନ୍ୱୟ ରକ୍ଷା କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରସ୍ତୁତି ସମାପ୍ତ କରିବା ନିମନ୍ତେ ଆଲୋଚନା ହୋଇଥିଲା। ଏହି ବୈଠକରେ ଗୃହ, ଶିଳ୍ପ ଓ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ. ବି. ଖୁରାନିଆ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏନ୍.ବି.ଏସ୍. ରାଜପୁତ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଏନ୍. ତିରୁମାଳା ନାୟକ, ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking