26.7 C
Bhubaneswar
Saturday, July 4, 2026
Homeଓଡିଶାଆଇଆଇସିଙ୍କ ଆତ୍ମହତ୍ୟା ପଛରେ ବ୍ୟକ୍ତିଗତ କାରଣ: ସିପି

ଆଇଆଇସିଙ୍କ ଆତ୍ମହତ୍ୟା ପଛରେ ବ୍ୟକ୍ତିଗତ କାରଣ: ସିପି

ଭୁବନେଶ୍ୱର : ଚାଉଳିଆଗଞ୍ଜ ଥାନାର ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ କଟକ-ଭୁବନେଶ୍ୱର ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ପ୍ରତ୍ୟେକ ଆତ୍ମହତ୍ୟା ପଛରେ କିଛି ନା କିଛି କାରଣ ରହିଥାଏ। ଏହି ଘଟଣାରେ ମଧ୍ୟ କୌଣସି ବ୍ୟକ୍ତିଗତ କାରଣ ଥାଇପାରେ, ତେବେ ପ୍ରକୃତ କାରଣ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।ସିପିଙ୍କ କହିବା ଅନୁଯାୟୀ, ଘଟଣା ପୂର୍ବରାତିରେ ବିୟୁଟି ମହାନ୍ତି ଘରକୁ ନଯାଇ ଥାନା କ୍ୱାର୍ଟର୍ସରେ ରହିଥିଲେ। ତାଙ୍କ ଅର୍ଡଲି ରାତ୍ରି ଭୋଜନ ନେଇ ଯାଇଥିଲେ ମଧ୍ୟ ସେ ଫୋନ୍‌ କଲ୍‌ ରିସିଭ୍‌ କରିନଥିଲେ। ଫଳରେ ସେ ରାତିରେ ଭୋଜନ କରିନଥିବା ଜଣାପଡ଼ିଛି।ସେ ଆହୁରି କହିଛନ୍ତି ଯେ, ବିୟୁଟି ମହାନ୍ତି ଶାରୀରିକ ଓ ମାନସିକ ଭାବେ ଜଣେ ଦୃଢ଼ ଅଧିକାରୀ ଥିଲେ। ସେ କେବେ ବି କୌଣସି ବ୍ୟକ୍ତିଗତ କିମ୍ବା କାର୍ଯ୍ୟଗତ ସମସ୍ୟା ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କୁ ଜଣାଇନଥିଲେ। କମିଶନରେଟ ପୋଲିସରେ ସେ ଭଲ କାମ କରୁଥିବା ସହ ସାଧାରଣ ଲୋକଙ୍କ ସହ ତାଙ୍କ ବ୍ୟବହାର ମଧ୍ୟ ଭଲ ଥିଲା। ତେଣୁ ତାଙ୍କ ମୃତ୍ୟୁ ପଛରେ ଥିବା ପ୍ରକୃତ କାରଣର ତଦନ୍ତ କରାଯିବ ବୋଲି ସିପି କହିଛନ୍ତି।ସୂଚନାଯୋଗ୍ୟ, ଚାଉଳିଆଗଞ୍ଜ ଥାନାର ଆଇଆଇସି ବିୟୁଟି ମହାନ୍ତି ନିଜ ସରକାରୀ କ୍ୱାର୍ଟର୍ସରେ ଝୁଲନ୍ତା ଅବସ୍ଥାରେ ମିଳିଥିଲେ। ଶନିବାର ସକାଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking