ଭୁବନେଶ୍ୱର : ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରେ ଭିଡ଼ କମାଇବା ପାଇଁ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ଗତକାଲି ରାଜ୍ୟ କ୍ୟାବିନେଟ୍ରେ ଏଥିପାଇଁ ୫୭୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଠ ଲେନ୍ ବିଶିଷ୍ଟ ଏହି ରାସ୍ତା ୨ ବର୍ଷ ଶେଷ ହେବା , ସୁଧୁରିବ ଟ୍ରାଫିକ ସମସ୍ୟା । ସହଜ ହେବ ଗମନା ଗମନ ।
ପୂର୍ତ୍ତ ବିଭାଗ ଯୋଜନା ଅନୁଯାୟୀ, କଳିଙ୍ଗ ଷ୍ଟାଡିୟମ (ଗେଟ୍ ନଂ-୪)ରୁ ରଘୁନାଥପୁର ସେତୁ ପର୍ଯ୍ୟନ୍ତ ପ୍ରାୟ ୯ କିମି ୫୦୦ ମିଟରର ରାସ୍ତାର ରୂପରେଖ ବଦଳିବ । ବର୍ତ୍ତମାନ ରାସ୍ତା ୬ ଲେନ୍ ରହିଥିବା ବେଳେ ଏହାକୁ ୮ ଲେନ୍ କରାଯିବ । ଏହାସହ ସର୍ଭିସ୍ ରୋଡ୍ ରହିବ । ଏଥିରେ ଜୟଦେବ ବିହାର ଛକରେ ଏନ୍ଏଚ୍-୧୬ ଉପରେ ୪ଲେନ୍ କେବଲ୍ ଷ୍ଟେଡ୍ ସେତୁ ନିର୍ମାଣ କରାଯିବ ଜୟଦେବ ବିହାର ଫ୍ଲାଏଓଭର ଉପରେ ଏହାକୁ ନିର୍ମାଣ କରାଯିବ । କଳିଙ୍ଗ ହସ୍ପିଟାଲ୍ ଛକ, ଡମଣା ଛକ, କିଟ୍ ଛକ ସମେତ କଳାରାହାଙ୍ଗ ଛକରେ ସ୍ବତନ୍ତ୍ର ୪-ଲେନ୍ ବିଶିଷ୍ଟ ଫ୍ଲାଏଓଭର, ମାଇନର ବ୍ରିଜ୍, କ୍ରସ୍ ଡ୍ରେନେଜ୍ ସଂରଚନା, ଫ୍ଲାଏଓଭର ସହ ୮ଲେନ୍ ବିଶିଷ୍ଟ ରାସ୍ତା ରହିବା ଅର୍ଥାତ୍ ଉପରେ ଫ୍ଲାଏଓଭରରେ ୪ଲେନ୍ ତଳେ ୪ଲେନ୍ ରାସ୍ତା । ରାସ୍ତା ସହ ଡ୍ରେନେଜ୍ ସୁବିଧା, ୫.୫ମିଟରର ସଭିସ୍ ରୋଡ୍, ୭.୫ମିଟରର ସ୍ମିପ୍ ରୋଡ୍, ଛକଗୁଡ଼ିକର ଉନ୍ନତି, ରାସ୍ତା ସୌନ୍ଦର୍ଯ୍ୟକରଣ, ରୋଡ୍ ମାକିଂ, ସଡ଼କ ସୁରକ୍ଷା, ପାକିଂ ବେ, ବ୍ରିଜ୍ ଆଲୋକୀକରଣ ସହ ରାସ୍ତାରେ ପର୍ଯ୍ୟାପ୍ତ ବୃକ୍ଷରୋପଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।










