ଡିଜିଟାଲ ସଶକ୍ତିକରଣ ମାଧ୍ୟମରେ ଗ୍ରାମୀଣ ଜୀବିକାର ରୂପାନ୍ତର
ସି-ଲିପ୍ସ ହେଉଛି ସମୃଦ୍ଧି ଏବଂ ସ୍ଥାୟୀତ୍ୱ ପାଇଁ ସ୍ୱୟଂ-ସହାୟକ ଉଦ୍ୟୋଗୀ-ଜୀବିକା ଏବଂ ଉଦ୍ୟୋଗ ଆପ୍ଲିକେସନ୍ । ଏହା ଭାରତର ଗ୍ରାମାଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏକ ଡିଜିଟାଲ ପ୍ଲାଟଫର୍ମ। ଉଦ୍ୟମ ସ୍ଥାପନ ଏବଂ ସେଗୁଡ଼ିକର କାର୍ଯ୍ୟଦକ୍ଷତାର ଅନୁଧ୍ୟାନ ପାଇଁ ଏହା ଏକ ସମନ୍ୱିତ ମଞ୍ଚ ପ୍ରଦାନ କରିଥାଏ। ସି-ଲିପ୍ସ ଗ୍ରାମୀଣ ମହିଳାମାନଙ୍କ ପାଇଁ ଜୀବିକା ସୃଷ୍ଟି, ଉଦ୍ୟମର ବିକାଶ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକୁ ସମର୍ଥନ କରେ। ଏହା କୃଷିଭିତ୍ତିକ ଏବଂ ଅଣକୃଷିଭିତ୍ତିକ ଉଭୟ ପ୍ରକାରର ଗ୍ରାମୀଣ ଉଦ୍ୟମକୁ ସହାୟତା ପ୍ରଦାନ କରିଥାଏ । ଏହାର ଲକ୍ଷ୍ୟ ହେଉଛି ଏକ ସୁଦୃଢ଼ ଏବଂ ସ୍ଥାୟୀ ଗ୍ରାମୀଣ ଅର୍ଥନୀତିର ନିର୍ମାଣ।
ଚିତ୍ର ୧: ସି-ଲିପ୍ସ ଲୋଗୋ
ସି-ଲିପ୍ସ ମୋବାଇଲ୍ ଆପ୍ଲିକେସନକୁ ଡିଜିଟାଲ ଇଣ୍ଡିଆ କର୍ପୋରେସନ ଦ୍ୱାରା ବିକଶିତ କରାଯାଇଛି ଏବଂ ଏହାକୁ ଲୋକଓଏସ୍ ପ୍ଲାଟଫର୍ମ ଅଧୀନରେ କାର୍ଯ୍ୟକାରୀ କରାଯାଇଛି। ଲୋକଓଏସ୍ ହେଉଛି ଏକ ଡିଜିଟାଲ ବ୍ୟବସ୍ଥା, ଯାହା ଦେଶବ୍ୟାପୀ ସମୁଦାୟଭିତ୍ତିକ ସଂଗଠନର କାର୍ଯ୍ୟକଳାପକୁ ଅଭିଲେଖଭୁକ୍ତ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀ, ଗ୍ରାମ ସଂଗଠନ ଏବଂ କ୍ଲଷ୍ଟର ସ୍ତରୀୟ ସଂଘ ଅନ୍ତର୍ଭୁକ୍ତ। ଲୋକଓଏସ୍ ସଦସ୍ୟମାନଙ୍କର ଅଭିଲେଖ, ଆର୍ଥିକ କାରବାର, ଜୀବିକା ସମ୍ବନ୍ଧୀୟ ଅଭିଲେଖ ସଂରକ୍ଷଣ ଏବଂ ବିଭିନ୍ନ ସମନ୍ୱୟମୂଳକ ପଦକ୍ଷେପର ଅଗ୍ରଗତିର ଅନୁଧ୍ୟାନ ସମେତ ସିବିଓଗୁଡ଼ିକର କାର୍ଯ୍ୟକଳାପକୁ ଡିଜିଟାଲ ରୂପ ଦେବାରେ ସହାୟତା କରିଥାଏ।
ସି-ଲିପ୍ସ ମୋବାଇଲ୍ ଆପ୍ଲିକେସନକୁ ଡିଜିଟାଲ ଇଣ୍ଡିଆ କର୍ପୋରେସନ ଦ୍ୱାରା ବିକଶିତ କରାଯାଇଛି ଏବଂ ଏହାକୁ ଲୋକଓଏସ୍ ପ୍ଲାଟଫର୍ମ ଅଧୀନରେ କାର୍ଯ୍ୟକାରୀ କରାଯାଇଛି।
ଲୋକଓଏସ୍ ହେଉଛି ଏକ ଡିଜିଟାଲ ବ୍ୟବସ୍ଥା, ଯାହା ଦେଶବ୍ୟାପୀ ସମୁଦାୟଭିତ୍ତିକ ସଂଗଠନର କାର୍ଯ୍ୟକଳାପକୁ ଅଭିଲେଖଭୁକ୍ତ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀ, ଗ୍ରାମ ସଂଗଠନ ଏବଂ କ୍ଲଷ୍ଟର ସ୍ତରୀୟ ସଂଘ ଅନ୍ତର୍ଭୁକ୍ତ। ଲୋକଓଏସ୍ ସଦସ୍ୟମାନଙ୍କର ଅଭିଲେଖ, ଆର୍ଥିକ କାରବାର, ଜୀବିକା ସମ୍ବନ୍ଧୀୟ ଅଭିଲେଖ ସଂରକ୍ଷଣ ଏବଂ ବିଭିନ୍ନ ସମନ୍ୱୟମୂଳକ ପଦକ୍ଷେପର ଅଗ୍ରଗତିର ଅନୁଧ୍ୟାନ ସମେତ ସିବିଓ ଗୁଡ଼ିକର କାର୍ଯ୍ୟକଳାପକୁ ଡିଜିଟାଲ ରୂପ ଦେବାରେ ସହାୟତା କରିଥାଏ।
ସି-ଲିପ୍ସର ଶୁଭାରମ୍ଭ ୨୯ ଜୁନ୍ ୨୦୨୬ରେ ନୂଆଦିଲ୍ଲୀରେ ଆୟୋଜିତ ରାଷ୍ଟ୍ରୀୟ ଗ୍ରାମୀଣ ବିକାଶ ସମ୍ମିଳନୀରେ କରାଯାଇଥିଲା। ‘ଗ୍ରାମୋଦୟରୁ ରାଷ୍ଟ୍ରୋଦୟ’ ବିଷୟବସ୍ତୁ ଉପରେ ଆଧାରିତ ଏହି ଦୁଇଦିନିଆ ସମ୍ମିଳନୀରେ ପ୍ରମୁଖ ଗ୍ରାମୀଣ ବିକାଶ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ଓ ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସରକାରଙ୍କ ‘ବିକଶିତ ଗ୍ରାମ-ବିକଶିତ ଭାରତ’ ଦୃଷ୍ଟିକୋଣକୁ ସାକାର କରିବା ପାଇଁ ରଣନୀତି ପ୍ରସ୍ତୁତ କରିବା
ସି-ଲିପ୍ସର ଦେଶବ୍ୟାପୀ କାର୍ଯ୍ୟାନ୍ୱୟନ
ସି-ଲିପ୍ସ ନିମ୍ନଲିଖିତ ଉଦ୍ଦେଶ୍ୟଗୁଡ଼ିକର ପୂରଣ ଉପରେ କେନ୍ଦ୍ରିତ-
● ଦେଶବ୍ୟାପୀ ଗ୍ରାମୀଣ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା।
● ଗ୍ରାମାଞ୍ଚଳରେ ମହିଳା-ନେତୃତ୍ୱାଧୀନ ଉଦ୍ୟମଗୁଡ଼ିକର ସ୍ଥାପନ ଏବଂ ସୁଦୃଢ଼ୀକରଣ।
● ଗ୍ରାମୀଣ ଉତ୍ପାଦକମାନଙ୍କୁ ଔପଚାରିକ ମୂଲ୍ୟ ଶୃଙ୍ଖଳା ସହ ଏକୀକୃତ କରିବା।
● ସ୍ୱୟଂ ସହାୟକ ଗୋଷ୍ଠୀ ପରିବାରମାନଙ୍କର ଆର୍ଥିକ ଅନ୍ତର୍ଭୁକ୍ତିକୁ ସୁଦୃଢ଼ କରିବା।
● ତଥ୍ୟଭିତ୍ତିକ ଗ୍ରାମୀଣ ଉଦ୍ୟୋଗୀତାକୁ ପ୍ରୋତ୍ସାହନ ଦେବା।
ସି-ଲିପ୍ସକୁ ଦେଶର ୩୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ କରାଯିବ। ଏହା ସମ୍ପୃକ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ରାଜ୍ୟ ଗ୍ରାମୀଣ ଜୀବିକା ମିଶନକୁ ସହାୟତା ପ୍ରଦାନ କରିବ। ଏହି ପ୍ଲାଟଫର୍ମ ବାସ୍ତବ ସମୟରେ ଉଦ୍ୟମ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିଥାଏ, ଯାହାଦ୍ୱାରା ଗ୍ରାମୀଣ ଅର୍ଥନୈତିକ କାର୍ଯ୍ୟକଳାପ ସମ୍ପର୍କରେ ଅଧିକ ସ୍ପଷ୍ଟ ସୂଚନା ମିଳିଥାଏ। ଏହାଫଳରେ, ଏହି ବ୍ୟବସ୍ଥା ବିଭିନ୍ନ ସ୍ତରରେ ନିରୀକ୍ଷଣ ପ୍ରଣାଳୀକୁ ଅଧିକ ସୁଦୃଢ଼ କରିଥାଏ। ଏହା ସ୍ଥାନୀୟ ଏବଂ ଜାତୀୟ ଉଭୟ ସ୍ତରରେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ସହାୟକ ହେବ।
ଉଦ୍ୟମ ବିକାଶ ପାଇଁ ଡିଜିଟାଲ ସେବା
ସି-ଲିପ୍ସ ବିଭିନ୍ନ କ୍ଷେତ୍ରର ବାସ୍ତବ ସମୟର ପରିଚାଳନାଗତ ତଥ୍ୟ ସଂଗ୍ରହ କରିବା ସହ ଜୀବିକାର ସମ୍ପୂର୍ଣ୍ଣ ଯାତ୍ରାର ଅନୁଧ୍ୟାନ କରିଥାଏ। ଏହି ପ୍ଲାଟଫର୍ମ ପ୍ରୋଫାଇଲ୍ ସୃଷ୍ଟିଠାରୁ ଆରମ୍ଭ କରି ଉଦ୍ୟମର କାର୍ଯ୍ୟଦକ୍ଷତାର ଅନୁଧ୍ୟାନ ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟରେ ସହାୟତା ପ୍ରଦାନ କରିଥାଏ। ଏହା ଡିଜିଟାଲ ନିରୀକ୍ଷଣକୁ ଆହୁରି ସୁଦୃଢ଼ କରିବା ସହ ସୁଶାସନକୁ ପ୍ରୋତ୍ସାହିତ କରେ ଏବଂ ଉନ୍ନତ ଯୋଜନା ପ୍ରସ୍ତୁତି, ପ୍ରଭାବଶାଳୀ ହସ୍ତକ୍ଷେପ ତଥା ସୂଚନାଭିତ୍ତିକ ନୀତିଗତ ନିଷ୍ପତ୍ତି ଗ୍ରହଣକୁ ସକ୍ଷମ କରିଥାଏ। ସି-ଲିପ୍ସ ମୋବାଇଲ୍ ଆପ୍ଲିକେସନ୍ ଦ୍ୱାରା ପ୍ରଦାନ କରାଯାଉଥିବା ସେବାଗୁଡ଼ିକ ନିମ୍ନରୂପ :
ଲକ୍ଷପତି ଦିଦି ପଦକ୍ଷେପକୁ ଆହୁରି ସୁଦୃଢ଼ କରିବ ସି-ଲିପ୍ସ
ସି-ଲିପ୍ସ ଆୟ ବୃଦ୍ଧି ଏବଂ ଉଦ୍ୟମର କାର୍ଯ୍ୟଦକ୍ଷତାର ସମ୍ପୂର୍ଣ୍ଣ ଅନୁଧ୍ୟାନ ସୁନିଶ୍ଚିତ କରି ଲକ୍ଷପତି ଦିଦି ମିଶନକୁ ଆହୁରି ସୁଦୃଢ଼ କରିବ। ସମ୍ପ୍ରତି ସରକାର ଲକ୍ଷପତି ଦିଦି ଯୋଜନାର ଲକ୍ଷ୍ୟକୁ ୩ କୋଟିରୁ ବୃଦ୍ଧି କରି ୬ କୋଟି ମହିଳା କରିଛନ୍ତି।
ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଲକ୍ଷପତି ଦିଦିମାନଙ୍କ ଲାଭ ପାଇଁ ୧୦ ଲକ୍ଷ କୋଟି ଟଙ୍କା ବ୍ୟୟ କରିବାକୁ ସରକାର ଯୋଜନା କରିଛନ୍ତି। ଏହା ମହିଳା ସଶକ୍ତିକରଣ ପ୍ରତି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାର ପ୍ରତିଫଳନ। ତେଣୁ, ବୃହତ୍ ପରିସରରେ ଉଦ୍ୟମର ସମ୍ପ୍ରସାରଣକୁ ସମର୍ଥନ କରିବା ପାଇଁ ସି-ଲିପ୍ସ ମୋବାଇଲ୍ ଆପ୍ଲିକେସନ୍ ଏହି ପଦକ୍ଷେପର ଏକ ଅଭିନ୍ନ ଅଙ୍ଗ ଭାବେ କାର୍ଯ୍ୟ କରିବ।
ମହିଳା-ନେତୃତ୍ୱାଧୀନ ସଶକ୍ତ ଗ୍ରାମୀଣ ଅର୍ଥନୀତିର ନିର୍ମାଣ
ଡିଜିଟାଲ.ଭିତ୍ତିଭୂମି, ଉଦ୍ୟୋଗୀତା ଏବଂ ମହିଳା ସଶକ୍ତିକରଣର ସମନ୍ୱୟ ମାଧ୍ୟମରେ ସି -ଲିପ୍ସ ଗ୍ରାମୀଣ ଭାରତର ଡିଜିଟାଲ ରୂପାନ୍ତର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଉଦ୍ୟମର ବିକାଶକୁ ପ୍ରୋତ୍ସାହନ ଦେବା ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକୁ ସୁଦୃଢ଼ କରିବା ମାଧ୍ୟମରେ ଏହି ପ୍ଲାଟଫର୍ମ ଦେଶବ୍ୟାପୀ ସ୍ତରରେ ଲକ୍ଷପତି ଦିଦି ମିଶନର ସମ୍ପ୍ରସାରଣରେ ସହାୟକ ହେବ। ଏହା ଅନ୍ତର୍ଭୁକ୍ତିମୂଳକ ଏବଂ ସ୍ଥାୟୀ ଗ୍ରାମୀଣ ପରିବର୍ତ୍ତନର ଏକ ପ୍ରମୁଖ ଚାଳିକା ଶକ୍ତି ଭାବେ ପ୍ରତିଷ୍ଠିତ ହେବ।










