31 C
Bhubaneswar
Wednesday, July 1, 2026
Homeଓଡିଶାବସ୍‌-ଟ୍ରେଲର୍ ମୁହାଁମୁହିଁ ଧକ୍କା : ୮ ମୃତ, ଜୀବନ୍ତ ଜଳିଗଲେ ୬

ବସ୍‌-ଟ୍ରେଲର୍ ମୁହାଁମୁହିଁ ଧକ୍କା : ୮ ମୃତ, ଜୀବନ୍ତ ଜଳିଗଲେ ୬

ଦୌସା: ରାଜସ୍ଥାନର ଦୌସା ଜିଲ୍ଲାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବସ୍ ଏବଂ ଦ୍ରୁତଗାମୀ ଟ୍ରେଲର୍ (ଲମ୍ବା ଟ୍ରକ୍‌) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୮ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ନିଆଁରେ ପୋଡ଼ି ହୋଇ ଏବଂ ୨ ଜଣଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିବା ଯୋଗୁଁ ମୃତ୍ୟୁ ହୋଇଥିବା ବୁଧବାର ସକାଳ ସୁଦ୍ଧା ସ୍ପଷ୍ଟ ହୋଇଛି। ସେହିପରି ଏହି ଘଟଣାରେ ଅନ୍ୟ ୨୧ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ପୁଲିସ୍ ସୂଚନା ଅନୁସାରେ, ପ୍ରାୟ ଏକ ଘଣ୍ଟା ଧରି ଦୁଇଟି ଯାକ ଗାଡ଼ି ଜଳୁଥିଲା। ନିଆଁ ଚାଲିଥିବା ସମୟରେ ହିଁ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା। ଏସ୍‌ପି ଜଣାଇଛନ୍ତି ଯେ ଏହି ଦୁର୍ଘଟଣା କୋଲଭା ଥାନା ଅଞ୍ଚଳରେ ଘଟିଛି। ବସ୍‌ଟି ଋଷିକେଶରୁ ଇନ୍ଦୋର ଅଭିମୁଖେ ଯାଉଥିଲା। ଏହି ସ୍ଲିପର୍ ବସ୍‌ରେ ମଧ୍ୟପ୍ରଦେଶର ବିଭିନ୍ନ ଜିଲ୍ଲାର ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। ମୃତକମାନଙ୍କ ପରିଚୟ ସ୍ପଷ୍ଟ ହୋଇସାରିଛି ଏବଂ ଏବେ ଶବଗୁଡ଼ିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ମୃତକମାନେ ହେଲେ ଭୂମି (୨୦), ପ୍ରିୟଙ୍କା ପାଣ୍ଡେ (୩୫), ନିର୍ମଳା (୬୧), ଦେବେନ୍ଦ୍ର (୬୦), ଦୀପକ (୨୯), ଧର୍ମ ସିଂ (୩୧)। ଏମାନଙ୍କ ସହ ବସ୍ ଡ୍ରାଇଭର ରାମତୌର (୨୮) ଏବଂ କଣ୍ଡକ୍ଟର କୁଳଦୀପ (୩୧) ମଧ୍ୟ ପ୍ରାଣ ହରାଇଛନ୍ତି। ବସ୍‌ରେ ନିଆଁ ଲାଗିବାର ପ୍ରକୃତ କାରଣ କଣ, ସେ ନେଇ ତଦନ୍ତ ଚାଲିଛି। ଅନ୍ୟପକ୍ଷରେ, ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି ଯେ ବସ୍‌ର ଷ୍ଟୋରେଜ୍ ବକ୍ସ (ଡିକି) ରେ ପ୍ରଚୁର ପରିମାଣର ସିଗାରେଟ୍ ଭର୍ତ୍ତି ହୋଇରହିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking