32.2 C
Bhubaneswar
Sunday, June 28, 2026
Homeଅପରାଧସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ

ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ

ଝାରସୁଗୁଡ଼ା: ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ। ସ୍ୱାମୀକୁ ଅଟକ ରଖିଛି ପୁଲିସ। ଝାରସୁଗୁଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ହଂଶାମୁରା କଣ୍ଟାପାଲିର ଘୁନଘୁଟି ପଡ଼ାରେ ଘଟିଛି ଏହି ଘଟଣା। ମୃତ ମହିଳାଙ୍କ ନାଁ ସୌଦାମିନୀ କିସାନ (୨୭)। ଅଭିଯୁକ୍ତ ତଥା ତାଙ୍କ ସ୍ୱାମୀଙ୍କ ନାଁ ରାହୁଲ ବାଘ (୨୮)।ଗତକାଲି ରାତିରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ଉତ୍‌କ୍ଷିପ୍ତ ହୋଇ ରାହୁଲ ଏକ ଠେଙ୍ଗାରେ ସୌଦାମିନୀଙ୍କୁ ପିଟି ପିଟି ମାରି ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାସ୍ଥଳରେ ଯାଞ୍ଚ କରିଥିଲା। ପୁଲିସ ଅଭିଯୁକ୍ତ ରାହୁଲ ବାଘଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୌଦାମିନୀଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି ଯେ ୨ ବର୍ଷ ହେଲାଣି ରାହୁଲଙ୍କର ଆଉ ଜଣେ ମହିଳାଙ୍କ ସହିତ ସଂପର୍କ ଅଛି। ତାଙ୍କର ଏହି ପରକୀୟା ପ୍ରୀତି ସଂପର୍କରେ ସୌଦାମିନୀ ଜାଣିଥିଲେ। ତେଣୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା। ଗତକାଲି ରାତିରେ ମଧ୍ୟ ଏହି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହା ପରେ ରାହୁଲ ଠେଙ୍ଗାରେ ସୌଦାମିନୀଙ୍କୁ ପିଟି ପିଟି ମାରି ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking