32.7 C
Bhubaneswar
Saturday, June 27, 2026
Homeଓଡିଶାଦିନକ ପରେ ପବିତ୍ର ସ୍ନାନ ପୂର୍ଣ୍ଣିମା: ଜନସମାଗମରେ ପୁରୀ ଧାମ

ଦିନକ ପରେ ପବିତ୍ର ସ୍ନାନ ପୂର୍ଣ୍ଣିମା: ଜନସମାଗମରେ ପୁରୀ ଧାମ

ପୁରୀ: ଦିନକ ପରେ ପବିତ୍ର ସ୍ନାନ ପୂର୍ଣ୍ଣିମା। ପୁରୀକୁ ଭକ୍ତମାନଙ୍କର ସୁଅ ଛୁଟୁଛି। ପୁରୀ ଧାମରେ ଜନଗହଳି ବଢ଼ିବାରେ ଲାଗିଛି। ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଶ୍ରୀମନ୍ଦିରରେ ଆଜି ରାତି ସାଢ଼େ ଦଶଟାରୁ ଆସନ୍ତାକାଲି ଦିନ ଗୋଟାଏ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ବନ୍ଦ ରହିବ।  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି।   ସ୍ନାନଯାତ୍ରା ପାଇଁ ପୁରୀରେ ଟ୍ରାଫିକ କଟକଣା ଜାରି ହୋଇଛି। ଏଥିସହ ସୁରକ୍ଷାବ୍ୟବସ୍ଥା ଓ ରୁଟ୍ ଲାଇନକୁ ସୁରକ୍ଷିତ କରାଯାଇଛି। ଜ୍ୟେଷ୍ଠ ଶୁଦ୍ଧ ଶୁକ୍ଲ ପୂର୍ଣ୍ଣିମା ନିମନ୍ତେ ପୁରୀରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଛି।ପାର୍କିଂ ନିମନ୍ତେ ଫାଷ୍ଟ କମ୍‌ ଫାଷ୍ଟ୍‌ ସର୍ଭ ଅର୍ଥାତ୍‌ ପ୍ରଥମେ ଆସିଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ଭିତ୍ତିରେ ସ୍ଥାନ ମିଳିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking