32.7 C
Bhubaneswar
Friday, June 26, 2026
Homeଓଡିଶାଏଲଇଡି ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତିରେ ଆଉ ଜଣେ ଗିରଫ

ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତିରେ ଆଉ ଜଣେ ଗିରଫ

କେନ୍ଦୁଝର: ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି । କେନ୍ଦୁଝର ଜିଲ୍ଲାରୁ ଜଣେ ଠିକାଦାରଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି । ସୂଚନା ଅନୁସାରେ, ଗିରଫ ହୋଇଥିବା ବ୍ୟକ୍ତି ହେଲେ ମାୟା ଟ୍ରେଡର୍ସର ପ୍ରୋପ୍ରାଇଟର ବିଭୂତି ଭୂଷଣ ବିଶ୍ୱାଳ । ତାଙ୍କୁ ଏହି ଦୁର୍ନୀତି ମାମଲାରେ ଗୁରୁତର ଭାବେ ସଂପୃକ୍ତ ଥିବା ଅଭିଯୋଗରେ ଗିରଫ କରାଯାଇଛି । ଭିଜିଲାନ୍ସ ଅଧିକାରୀମାନେ ତଦନ୍ତ ପରେ ତାଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛନ୍ତି । ଏହି ଘଟଣା ପରେ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଭିଜିଲାନ୍ସ ପକ୍ଷରୁ ଏହି ମାମଲାରେ ଆହୁରି ତଦନ୍ତ ଜୋରଦାର କରାଯାଉଛି ଏବଂ ଅନ୍ୟାନ୍ୟ ସଂପୃକ୍ତଙ୍କୁ ମଧ୍ୟ ଖୋଜାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking