33.2 C
Bhubaneswar
Thursday, June 25, 2026
Homeଓଡିଶାଦିନ ଦ୍ବିପ୍ରହରରେ ଯୁବକଙ୍କୁ ଦଳି ମାରିଦେଲା ହାତୀ

ଦିନ ଦ୍ବିପ୍ରହରରେ ଯୁବକଙ୍କୁ ଦଳି ମାରିଦେଲା ହାତୀ

ସମ୍ବଲପୁର: ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ ଭୀମଖୋଜ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଭୀମଖୋଜ ଗ୍ରାମ ଓରାମପଡ଼ାର ବାସିନ୍ଦା ମହେନ୍ଦ୍ର ନାୟକ (୪୬)।ଗୁରୁବାର ସକାଳ ପ୍ରାୟ ୧୦ଟା ସମୟରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ବର୍ତ୍ତମାନ ପୋଲିସ ଓ ବନ ବିଭାଗ ପକ୍ଷରୁ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଅଞ୍ଚଳରେ ହାତୀ ଆତଙ୍କ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking