34.4 C
Bhubaneswar
Thursday, June 25, 2026
Homeଓଡିଶାହାଇୱା ଧକ୍କାରେ ୨ ବାଇକ ଆରୋହୀ ଗୁରୁତର 

ହାଇୱା ଧକ୍କାରେ ୨ ବାଇକ ଆରୋହୀ ଗୁରୁତର 

ଆନନ୍ଦପୁର:  ହାଇୱା ଧକ୍କାରେ ୨ ବାଇକ ଆରୋହୀ ଗୁରୁତର । ଦୁର୍ଘଟଣା ପରେ ଚମ୍ପଟ ମାରିଲା ଡ୍ରାଇଭର । ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି । ରିଙ୍ଗ ରୋଡ଼ ପଟୁ ଆସୁଥିବା ଏକ ବାଇକକୁ ହାଇୱା ଧକ୍କା ଦେଇଥିଲା, ଫଳରେ ବାଇକରେ ଯାଉଥିବା ୨ଯୁବକ ତଳେ ପଡ଼ିଯାଇ ଗୁରୁତର ଆହତ ହୋଇଛନ୍ତି । ଉଭୟ ଯାଜପୁର ଡ଼ୁବୁରୀ ଅଞ୍ଚଳର ସିଦ୍ଧି କୁର୍ଲି ଓ ଘସା ବାରି । କୌଣସି କାମରେ ଆନନ୍ଦପୁର ଆସି ଫେରୁଥିବା ସମୟରେ ସେମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ପ୍ରଥମେ ଆନନ୍ଦପୁର ମେଡିକାଲ ଏବଂ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking