29.4 C
Bhubaneswar
Tuesday, June 23, 2026
Homeଓଡିଶାବିବାହିତ ଝିଅଙ୍କ ଅନୁକମ୍ପା ନିଯୁକ୍ତିକୁ ନେଇ ହାଇକୋର୍ଟଙ୍କ ବଡ଼ ରାୟ

ବିବାହିତ ଝିଅଙ୍କ ଅନୁକମ୍ପା ନିଯୁକ୍ତିକୁ ନେଇ ହାଇକୋର୍ଟଙ୍କ ବଡ଼ ରାୟ

କଟକ: ବିବାହିତ ଝିଅଙ୍କ ଅନୁକମ୍ପା ନିଯୁକ୍ତିକୁ ନେଇ ଆସିଛି ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କେବଳ ବିବାହ ହୋଇଯାଇଥିବା କାରଣରୁ କୌଣସି ଯୋଗ୍ୟ ଝିଅଙ୍କୁ ଅନୁକମ୍ପା ନିଯୁକ୍ତିରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ । କୋର୍ଟଙ୍କ ମତରେ, ବିବାହ ଜଣେ ମହିଳାଙ୍କ ଆଇନଗତ କିମ୍ବା ସାମାଜିକ ଅଧିକାରକୁ ସୀମିତ କରିପାରିବ ନାହିଁ ।ପରିବାରର ଜଣେ ସଦସ୍ୟଙ୍କ ମୃତ୍ୟୁ ପରେ ଆର୍ଥିକ ସଙ୍କଟ ଦୂର କରିବା ପାଇଁ ଯେଉଁ ଅନୁକମ୍ପା ନିଯୁକ୍ତି ବ୍ୟବସ୍ଥା ରହିଛି, ସେଠାରେ ବିବାହିତ ଝିଅଙ୍କୁ ଅଯୋଗ୍ୟ ଘୋଷଣା କରିବା ନ୍ୟାୟସଙ୍ଗତ ନୁହେଁ । ଏହି ରାୟରେ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଲିଙ୍ଗ କିମ୍ବା ବୈବାହିକ ସ୍ଥିତିକୁ ଆଧାର କରି ସୁଯୋଗରୁ ବଞ୍ଚିତ କରିବା ସାମ୍ବିଧାନିକ ମୂଲ୍ୟବୋଧ ବିରୋଧୀ । ଏହି ରାୟ ଆଗାମୀ ଦିନରେ ଅନୁକମ୍ପା ନିଯୁକ୍ତି ସମ୍ପର୍କିତ ମାମଲାଗୁଡ଼ିକ ପାଇଁ ଏକ ଦୃଷ୍ଟାନ୍ତ ହୋଇପାରେ ଏବଂ ବିବାହିତ ଝିଅମାନଙ୍କ ଅଧିକାର ସୁରକ୍ଷା ଦିଗରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking