33.5 C
Bhubaneswar
Tuesday, June 23, 2026
Homeଓଡିଶାବାପାକୁ ଛୁରୀ ଭୁସି ହତ୍ୟା କଲା ପୁଅ

ବାପାକୁ ଛୁରୀ ଭୁସି ହତ୍ୟା କଲା ପୁଅ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ବାରସୁଆଁ ବସ୍ ଷ୍ଟାଣ୍ଡ ନିକଟସ୍ଥ ଗାବ୍ରିୟାଲ ସାହିରେ ଏକ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ପୁଅର ଛୁରୀ ଆଘାତରେ ବାପାଙ୍କ ମୃତ୍ୟୁ ଘଟିଥିବାବେଳେ ଅଭିଯୁକ୍ତ ପୁଅ ଘଟଣା ପରେ ଫେରାର ହୋଇଯାଇଛି।ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୭ଟା ସମୟରେ ଅସାଢୁ ନାଏକ ଓ ତାଙ୍କ ପୁଅ ରମେଶ ନାଏକ (ଫାତୁ)ଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ବଚସା ଉଗ୍ର ରୂପ ନେବାରୁ ଅସାଢୁ ନାଏକ ଟାଙ୍ଗିଆରେ ରମେଶଙ୍କୁ ଦୁଇରୁ ତିନିଥର ଆକ୍ରମଣ କରିଥିବା ପରେ ରମେଶ ରାଗି ଘରେ ପରିବା କାଟିବା ପାଇଁ ବ୍ୟବହୃତ ଛୁରୀରେ ବାପାଙ୍କ ବେକ ନିକଟରେ ଆଘାତ କରିଥିଲା। ଫଳରେ ଅସାଢୁ ନାଏକଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ବାପାଙ୍କ ମୃତ୍ୟୁ ହୋଇଥିବା ଜାଣି ରମେଶ ସେଠାରୁ ଫେରାର ହୋଇଯାଇଥିଲା। ଖବର ପାଇ ଲହୁଣୀପଡ଼ା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ। ପୁଲିସ ଅଭିଯୁକ୍ତ ରମେଶ ନାଏକଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ। ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି ଏବଂ ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking