33.5 C
Bhubaneswar
Tuesday, June 23, 2026
Homeଓଡିଶାଧାନ ବୋଝେଇ ଅଟୋକୁ ପଛରୁ ପିଟିଲା ଟ୍ରକ୍: ଡ୍ରାଇଭର ଆହତ

ଧାନ ବୋଝେଇ ଅଟୋକୁ ପଛରୁ ପିଟିଲା ଟ୍ରକ୍: ଡ୍ରାଇଭର ଆହତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ପର୍ଶଳା ଛକ ନିକଟରେ ଘଟିଛି ସଡ଼କ ଦୁର୍ଘଟଣା । ଚମ୍ପୁଆକୁ ଧାନ ବିକ୍ରି ପାଇଁ ଯାଉଥିବା ଏକ ତିନି ଚକିଆ ଅଟୋକୁ ପଛପଟୁ ଆସୁଥିବା ଏକ ଟ୍ରକ୍ ଜୋରଦାର ଧକ୍କା ଦେଇଥିଲା । ଧକ୍କା ଏତେ ଜୋର ଥିଲା ଯେ, ଅଟୋଟି ରାସ୍ତା ଉପରେ ଓଲଟି ପଡ଼ିଥିଲା । ଏଥିରେ ଅଟୋ ଚାଳକ ଆହତ ହୋଇଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରି ଆହତ ଡ୍ରାଇଭରଙ୍କୁ ଚମ୍ପୁଆ ଡାକ୍ତରଖାନାକୁ ପଠାଇଥିଲେ । ଘଟଣାର ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାର ପ୍ରକୃତ କାରଣ ଏବଂ ଟ୍ରକ୍ ଚାଳକଙ୍କ ଭୂମିକାକୁ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking