27.5 C
Bhubaneswar
Monday, June 22, 2026
Homeଦେଶ ବିଦେଶକୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ: ଜୀବନ୍ତ ଜଳିଗଲେ ୧୫ ଛାତ୍ରଛାତ୍ରୀ

କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ: ଜୀବନ୍ତ ଜଳିଗଲେ ୧୫ ଛାତ୍ରଛାତ୍ରୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ହୃଦୟବିଦାରକ ଘଟଣା ଘଟିଛି । ଉତ୍ତର-ପଶ୍ଚିମ ଲକ୍ଷ୍ନୌର ଆଲିଗଞ୍ଜ ଅଞ୍ଚଳରେ ଥିବା ଏକ କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟି ଅତିକମରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହି କୋଠାରେ ଏକ କୋଚିଂ ସେଣ୍ଟର ଚାଲୁଥିଲା, ଯେଉଁଠାରେ ନିଆଁ ଲାଗିବା ପରେ ଅନେକ ଛାତ୍ରଛାତ୍ରୀ ଫସି ରହିଥିଲେ ।ସୂଚନା ଅନୁସାରେ ନିଆଁ ଏତେ ଭୟଙ୍କର ଥିଲା ଯେ ଭିତରେ ଥିବା ଛାତ୍ରଛାତ୍ରୀମାନେ ବାହାରକୁ ଆସିବା ସମ୍ଭବ ହୋଇନଥିଲା । ପ୍ରାଣ ବିକଳରେ କିଛି ଛାତ୍ରଛାତ୍ରୀ କୋଠାର ପ୍ରଥମ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖାଯାଉଛି ଯେ, ଜଣେ ବ୍ୟକ୍ତି ଝରକା ବାଟେ ବାହାରକୁ ଆସି ବଞ୍ଚିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେ କୋଠାର ଏକ ଧାରକୁ ଧରି ରଖିବାରେ ଅସମର୍ଥ ହୋଇ ତଳେ ଥିବା ବାଡ଼ ଉପରେ ପଡ଼ିଯାଉଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ନିଆଁ ପ୍ରାୟ ଏକ ଘଣ୍ଟା ଧରି ଜଳିବା ପରେ ଅଗ୍ନିଶମ ବାହିନୀ ଏହାକୁ ଆୟତ୍ତ କରିଥିଲେ । ନିଆଁ ଲିଭିବା ପରେ କୋଠା ଭିତରୁ ୧୬ଟି ମୃତଦେହ ଉଦ୍ଧାର କରାଯାଇଛି । ଘଟଣା ପରେ ଉତ୍ତର ପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଘଟଣାସ୍ଥଳ ପରିଦର୍ଶନ କରି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଭେଟି ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ପୁଲିସ ଏବଂ ଅଗ୍ନିଶମ ବିଭାଗ ଅଗ୍ନିକାଣ୍ଡର ପ୍ରକୃତ କାରଣ ଖୋଜିବା ପାଇଁ ତଦନ୍ତ ଜାରି ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking