35.5 C
Bhubaneswar
Monday, June 22, 2026
Homeଓଡିଶାବିଜେଡିର ସଂଗଠନ ଅବସ୍ଥା ଠିକ ନାହିଁ: ଅରବିନ୍ଦ ମହାପାତ୍ର

ବିଜେଡିର ସଂଗଠନ ଅବସ୍ଥା ଠିକ ନାହିଁ: ଅରବିନ୍ଦ ମହାପାତ୍ର

ଭୁବନେଶ୍ବର: ବିଜେଡି ପକ୍ଷରୁ ଦାଖଲ କରାଯାଇଥିବା ବିଧାୟକଙ୍କ ସଦସ୍ୟତା ରଦ୍ଦ ଆବେଦନ ଖାରଜ ହେବା ପରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ ଏହାକୁ “ବିଜେଡିର ମୂର୍ଖତା” ବୋଲି କହିଥିବା ସହ ଦଳ ପାଖରେ ଯୁକ୍ତି ନଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ସେ ନିଜ ଇଚ୍ଛାରେ ଭୋଟ ଦେଇଥିଲେ ଏବଂ କ୍ରସ ଭୋଟିଙ୍ଗ କଲେ ସଦସ୍ୟତା ରଦ୍ଦ ହୁଏ ନାହିଁ ବୋଲି ଆଇନ ଅଛି।ବିଜେଡି ଚର୍ଚ୍ଚାରେ ରହିବା ପାଇଁ ଏଭଳି ପଦକ୍ଷେପ ନେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଅରବିନ୍ଦ ମହାପାତ୍ର ଆହୁରି କହିଛନ୍ତି ଯେ ସେ ବର୍ତ୍ତମାନ କୌଣସି ଦଳରେ ଯୋଗ ଦେବେ ନାହିଁ ଏବଂ ୨୦୨୯ ନିର୍ବାଚନ ଲଢ଼ିବା ଯୋଜନା ରହିଛି। ସେ ବିଜେଡି ନେତୃତ୍ୱକୁ ଦଳ ପରିଚାଳନା ନେଇ ମଧ୍ୟ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।ସୂଚନାଯୋଗ୍ୟ,  ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଅଭିଯୋଗକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ଦାଖଲ କରାଯାଇଥିବା ଅଯୋଗ୍ୟତା ଆବେଦନକୁ ଖାରଜ କରାଯାଇଛି। ଆବେଦନକୁ ଖାରଜ କରିଛନ୍ତି ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ।

ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନ ସମୟରେ କ୍ରସ୍‌ ଭୋଟିଂ କରିଥିବା ଅଭିଯୋଗରେ ଆଠ ଜଣ ବିଧାୟକଙ୍କ ବିରୋଧରେ ବିଜେଡ଼ି ଏହି ଆବେଦନ ଦାଖଲ କରିଥିଲା । ସୁବାସିନୀ ଜେନା, ସୌଭିକ ବିଶ୍ବାଳ, ଚକ୍ରମଣି କହଁର, ସନାତନ ମହାକୁଡ଼, ନବ କିଶୋର ମଲ୍ଲିକ, ଅରବିନ୍ଦ ମହାପାତ୍ର, ରମାକାନ୍ତ ଭୋଇ ଓ ଦେବୀରଞ୍ଜନ ତ୍ରିପାଠୀଙ୍କ ବିରୋଧରେ କରାଯାଇଥିବା ଅଯୋଗ୍ୟତା ଆବେଦନ ଖାରଜ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking