34.3 C
Bhubaneswar
Monday, June 22, 2026
Homeଓଡିଶାପାଠ୍ୟପୁସ୍ତକରେ ୨,୧୨୫ ତ୍ରୁଟି: ଉନ୍ନୟନ, କମିସନରଙ୍କ ତଦନ୍ତ ଜୋରଦାର

ପାଠ୍ୟପୁସ୍ତକରେ ୨,୧୨୫ ତ୍ରୁଟି: ଉନ୍ନୟନ, କମିସନରଙ୍କ ତଦନ୍ତ ଜୋରଦାର

ଭୁବନେଶ୍ୱର: ପାଠପଢ଼ା ବହିରେ ଏତେ ବଡ଼ ଭୁଲ୍ କେମିତି ହେଲା ? କିଏ ଏଥିପାଇଁ ଦାୟୀ ? ଏହାକୁ ନେଇ ଏବେ ଚାଲିଛି ଜୋରଦାର ଖୋଳତାଡ଼।ଉନ୍ନୟନ କମିସନରଙ୍କ ନେତୃତ୍ୱରେ ଗଠିତ ତଦନ୍ତ କମିଟି ଲଗାତାର ବୈଠକ କରୁଥିବାବେଳେ, ମାତ୍ର ୫୦ଟି ପାଠ୍ୟପୁସ୍ତକରେ ୨ ହଜାର ୧୨୫ଟି ତ୍ରୁଟି ଚିହ୍ନଟ ହେବା ଘଟଣା ଶିକ୍ଷା ବିଭାଗର କାର୍ଯ୍ୟପ୍ରଣାଳୀ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟର ସ୍କୁଲ ପାଠ୍ୟପୁସ୍ତକରେ ଚିହ୍ନଟ ହୋଇଥିବା ହଜାର ହଜାର ତ୍ରୁଟିକୁ ନେଇ ତଦନ୍ତ ପ୍ରକ୍ରିୟା ଜୋରଦାର ହୋଇଛି । ଉନ୍ନୟନ କମିସନରଙ୍କ ନେତୃତ୍ୱରେ ଗଠିତ ଉଚ୍ଚସ୍ତରୀୟ କମିଟି ଗତ ତିନି ଦିନ ଧରି ବିଭିନ୍ନ ସ୍ତରର ଅଧିକାରୀଙ୍କ ସହ ଆଲୋଚନା କରୁଛି । ଏପର୍ଯ୍ୟନ୍ତ ୧୦ ଜଣ ଅଧିକାରୀଙ୍କ ବୟାନ ରେକର୍ଡ କରାଯାଇଥିବାବେଳେ, ପାଠ୍ୟପୁସ୍ତକ ପ୍ରସ୍ତୁତିଠାରୁ ମୁଦ୍ରଣ ପର୍ଯ୍ୟନ୍ତ କେଉଁ ସ୍ତରରେ ତ୍ରୁଟି ଘଟିଲା ସେନେଇ ଖୋଳତାଡ଼ ଚାଲିଛି । ପ୍ରାଥମିକ ତଦନ୍ତରେ ମାତ୍ର ୫୦ଟି ପାଠ୍ୟପୁସ୍ତକରେ ୨,୧୨୫ଟି ସାଙ୍ଘାତିକ ତ୍ରୁଟି ଚିହ୍ନଟ ହୋଇଛି । ଭାଷାଗତ ତ୍ରୁଟି, ତଥ୍ୟଗତ ଭୁଲ୍, ବନାନ ତ୍ରୁଟି ଓ ମୁଦ୍ରଣ ତ୍ରୁଟି ଭଳି ଅନେକ ଗମ୍ଭୀର ଭୁଲ୍ ସାମ୍ନାକୁ ଆସିଛି । ଏହି ଘଟଣା ପରେ ଶିକ୍ଷା ବିଭାଗର କାର୍ଯ୍ୟପ୍ରଣାଳୀ, ଗୁଣବତ୍ତା ଯାଞ୍ଚ ବ୍ୟବସ୍ଥା ଏବଂ ଦାୟିତ୍ୱବୋଧକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କି ପଦକ୍ଷେପ ନିଆଯିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking