30 C
Bhubaneswar
Sunday, June 21, 2026
Homeଓଡିଶାଓଡ଼ିଶୀ ଗବେଷଣା କେନ୍ଦ୍ରରେ ବିଶ୍ୱ ସଙ୍ଗୀତ ଦିବସ ପାଳିତ

ଓଡ଼ିଶୀ ଗବେଷଣା କେନ୍ଦ୍ରରେ ବିଶ୍ୱ ସଙ୍ଗୀତ ଦିବସ ପାଳିତ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆଜି “ବିଶ୍ୱ ସଙ୍ଗୀତ ଦିବସ” ପାଳିତ ହୋଇଯାଇଛି। ଓଡ଼ିଶୀ ଗବେଷଣା କେନ୍ଦ୍ର ସ୍ଥିତ ଉତ୍କଳ ରଙ୍ଗମଞ୍ଚ ଠାରେ ଆଜି ଆୟୋଜିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ, ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀମତୀ ତୃପ୍ତି ଦାସ, ପୂର୍ବତନ ପ୍ରଶାସକ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ବିଶ୍ୱ ସଙ୍ଗୀତ ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଅତିଥିମାନେ ସଙ୍ଗୀତ ସାଧନା ଏବଂ ଶାସ୍ତ୍ରୀୟ ସଙ୍ଗୀତ ଓ ଲୋକ ସଙ୍ଗୀତର ବୈଶିଷ୍ଟ୍ୟ ଓ ଏହାର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ଏହାର ବହୁଳ ପ୍ରଚାର ଓ ପ୍ରସାର ଦିଗରେ ଗୁରୁତ୍ୱାରୋପ କରିଥିଲେ। ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀମତୀ ମଧୁଲିତା ପରିଡ଼ା ଶ୍ରୀ ଜୟଦେବଙ୍କ ରଚିତ ଗୀତଗୋବିନ୍ଦର “ସଖୀ ହେ କେସି ମଥନ ମୁଦାରମ୍”, ସୁଶ୍ରୀ ସୁନୀତା ରାଣୀ ବିଶ୍ୱାଳ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ରଚିତ “ଭବାନୀ ଅଷ୍ଟକମ୍”, ଶ୍ରୀ ଗୋପାଳକୃଷ୍ଣ ନାହାକ ରାଗ କିରବାଣୀ ଓ ତାଳ ଏକତାଳିରେ ଓଡ଼ିଶୀ ସଙ୍ଗୀତ, ଗୁରୁ ଡ଼. ଜଗନ୍ନାଥ କୁଅଁର ଏକକ ମର୍ଦ୍ଦଳ ବାଦନ ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର ଛାତ୍ରଛାତ୍ରୀମାନେ ସମବେତ କଣ୍ଠ ସଙ୍ଗୀତ ପରିବେଷଣ କରିଥିଲେ। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking