30 C
Bhubaneswar
Sunday, June 21, 2026
Homeଦେଶ ବିଦେଶବାଂଲାଦେଶରେ ତାତିଲେ ହିନ୍ଦୁ

ବାଂଲାଦେଶରେ ତାତିଲେ ହିନ୍ଦୁ

ଢାକା : ବାଂଲାଦେଶ ଢାକାରେ ତାତିଲେ ହିନ୍ଦୁ। ହଜାର ହଜାର ସଂଖ୍ୟାରେ ହିନ୍ଦୁ ସମ୍ପ୍ରଦାୟର ଲୋକେ ଏକ ବିଶାଳ ମଶାଲ ଶୋଭାଯାତ୍ରା କରିଛନ୍ତି। ‘ଜୟ ଶ୍ରୀରାମ’, ‘ଜାଗୋ ସନାତନୀ ଜାଗୋ’ ନାରାବାଜୀରେ କମ୍ପିଲା ରାଜପଥ। ପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତିକୁ ଅବମାନନା ଓ ଏକ ପ୍ରମୁଖ ମନ୍ଦିରରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟକୁ ବଳପୂର୍ବକ ବନ୍ଦ କରିବା ପ୍ରତିବାଦରେ ତେଜିଛି ବିକ୍ଷୋଭ। ‘ହିନ୍ଦୁ ମହାଜୁଟ୍’ ଓ ‘ୟୁନାଇଟେଡ୍ ସନାତନୀ ସୋସାଇଟି’ ଭଳି ପ୍ରମୁଖ ସଂଗଠନ ଦ୍ଵାରା ଏହି ଆନ୍ଦୋଳନ ଆୟୋଜିତ ହୋଇଛି। ଏଥିଯୋଗୁ ଢାକାର ପ୍ରମୁଖ ଛକଗୁଡ଼ିକରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଗାଇବାନ୍ଧା ଜିଲ୍ଲାର ପଲାସବାଡ଼ି ସ୍ଥିତ ଶ୍ରୀଶ୍ରୀ ରାଧା ଗୋବିନ୍ଦ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ଏକ ବିଶାଳ ମୂର୍ତ୍ତି ନିର୍ମାଣକୁ କିଛି କଠୋରପନ୍ଥୀ ସଂଗଠନ ବିରୋଧ କରୁଥିଲେ। ଜୁନ୍ ପ୍ରାରମ୍ଭରେ ଏକ ବିକ୍ଷୋଭ ବେଳେ ପ୍ରଭୁ ଶ୍ରୀରାମଙ୍କ ଛବି ଉପରେ ଜୋତା ରଖାଯାଇଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମନ୍ଦିର କମିଟି ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ୮୧ ଫୁଟ୍ ଉଚ୍ଚତାର ବିଶାଳ ଶ୍ରୀରାମ ମୂର୍ତ୍ତିର ପ୍ରାୟ ୮୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିବା ବେଳେ କଠୋରପନ୍ଥୀଙ୍କ ଭଙ୍ଗାରୁଜା ଏବଂ ନିର୍ମାଣ ବନ୍ଦ କରିବା ଚେତାବନୀ ଯୋଗୁଁ ଏହାକୁ ବାଧ୍ୟ ହୋଇ ସ୍ଥଗିତ ରଖାଯାଇଛି। ପ୍ରତିବାଦରେ ଶୁକ୍ରବାର ସନ୍ଧ୍ୟାରେ ଢାକା ବିଶ୍ୱବିଦ୍ୟାଳୟ ଓ ଶାହବାଗ୍ ଛକରୁ ହଜାର ହଜାର ହିନ୍ଦୁ ଯୁବକ, ମହିଳା ଓ ଛାତ୍ରଛାତ୍ରୀ ମଶାଲ ଧରି ଜାତୀୟ ପ୍ରେସ୍ କ୍ଲବ୍ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ। ପରିସ୍ଥିତି ସୁଧାରିବାକୁ ବିକ୍ଷୋଭକାରୀମାନେ ବାଂଲାଦେଶ ସରକାରଙ୍କୁ ୭୨ ଘଣ୍ଟାର ସମୟ ଦେଇଛନ୍ତି। ଏହି ସମୟ ମଧ୍ୟରେ ଅପରାଧୀଙ୍କୁ ଗିରଫ କରିବା ଓ ଶ୍ରୀରାମ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ପୁନଃ ଆରମ୍ଭ କରିବାକୁ ଦାବି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking