36.9 C
Bhubaneswar
Sunday, June 21, 2026
Homeଦେଶ ବିଦେଶଓକିଲଙ୍କୁ ନେଇ ବଡ ବୟାନ ଦେଲେ ସୁପ୍ରିମକୋର୍ଟ

ଓକିଲଙ୍କୁ ନେଇ ବଡ ବୟାନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ନକଲି ଆଇନଜୀବୀଙ୍କ ସଂଖ୍ୟାକୁ ନେଇ ଚିନ୍ତା ବଢ଼ୁଛି। ପ୍ରତି ୩ଜଣ ଆଇନଜୀବୀଙ୍କ ମଧ୍ୟରୁ ଜଣେ ନକଲି ବୋଲି ଆଶଙ୍କା କରାଯାଉଥିବା ବେଳେ ଏହାକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ନକଲି ଆଇନଜୀବୀଙ୍କୁ ଚିହ୍ନଟ କରିବା ପାଇଁ ଭାରତୀୟ ବାର୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ ତରପରୁ ଯେଉଁ ପ୍ରସ୍ତାବ ଦିଆଯାଇଛି ତାହାକୁ ତଜର୍ମା କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଥିବା ଜଣାପଡ଼ିଛି। ଆଧାର କାର୍ଡ ଯାଞ୍ଚ ଆଧାରରେ ଆଇନଜୀବୀଙ୍କ ଏକ ଜାତୀୟ ଡିଜିଟାଲ୍‌ ରେଜିଷ୍ଟ୍ରର ପ୍ରସ୍ତୁତ କରିବା ପାଇଁ ବାର୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ ତରଫରୁ ପ୍ରସ୍ତାବ ଦିଆଯାଇଛି।ସୂଚନାଥାଉ କି କିଛିଦିନ ତଳେ ବାର୍‌ କାଉନସିଲ ଅଫ୍‌ ଇଣ୍ଡିଆର ସଭାପତି କହିଥିଲେ ଦେଶର ବିଭିନ୍ନ ଅଦାଲତରେ ମାମଲା ଲଢ଼ୁଥିବା ଆଇନଜୀବୀଙ୍କ ମଧ୍ୟରୁ ୩୫ରୁ ୪୦%ଙ୍କ ନିକଟରେ ଆଇନ ଡିଗ୍ରୀ ନାହିଁ। ଏହାକୁ ଭିତ୍ତି କରି ରୁଜୁ ଏକ ଜନସ୍ବାର୍ଥ ମାମଲାରେ ବାର୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆର ଓକିଲ ପ୍ରଶାନ୍ତ କୁମାର ଓ ବିପିନ ନାୟର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍‌ ଭି. ମୋହନାଙ୍କ ଖଣ୍ଡପୀଠ ସମ୍ମୁଖରେ ଯୁକ୍ତି ଉପସ୍ଥାପନ କରି କହିଛନ୍ତି ନକଲି ଆଇନଜୀବୀଙ୍କ ଚିହ୍ନଟ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ। ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରି ଆଇନଜୀବୀଙ୍କ ନିମନ୍ତେ ଏକ ଜାତୀୟ ଡିଜିଟାଲ ରେଜେଷ୍ଟ୍ରି ସୃଷ୍ଟି କରାଯିବା ଉଚିତ୍‌। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କହିଥିଲେ ବାର୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ ତରଫରୁ ଯେଉଁ ପ୍ରସ୍ତାବ ଦିଆଯାଇଛି ତାହା ସ୍ବାଗତଯୋଗ୍ୟ। ବୈଷୟିକ ଜ୍ଞାନ କୌଶଳର ବିନିଯୋଗରେ ଏହାକୁ ସାକାର ରୂପ ପ୍ରଦାନ କରାଯାଇ ପାରିବ। ତେବେ ଏହି ପ୍ରକ୍ରିୟାରେ ଆଇନ ଶିକ୍ଷା ପ୍ରଦାନ କରୁଥିବା ସମସ୍ତ ବିଶ୍ବବିଦ୍ୟାଳୟକୁ ସାମିଲ କରାଯିବା ଆବଶ୍ୟକ। ସଂପୃକ୍ତ ବିଶ୍ବବିଦ୍ୟାଳୟରୁ କେଉଁମାନେ ପ୍ରକୃତରେ ଆଇନ ଡିଗ୍ରୀ ହାସଲ କରିଛନ୍ତି ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବା ଆବଶ୍ୟକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking