31.7 C
Bhubaneswar
Saturday, June 20, 2026
Homeଓଡିଶାରାଉରକେଲାରେ ଏନକାଉଣ୍ଟର

ରାଉରକେଲାରେ ଏନକାଉଣ୍ଟର

ରାଉରକେଲା: ରାଉରକେଲାରେ ଏନକାଉଣ୍ଟର। ତୋଫାନ ହତ୍ଯା ଘଟଣାର ୨ ମୁଖ୍ଯ ଅଭିଯୁକ୍ତଂକୁ ବାଜିଲା ପୁଲିସ ଗୁଳି। ଚୁନୁ ହରିପା ଓ ନଣ୍ଡା ଓରଫ ସୁଶାନ୍ତର ଡାହାଣ ଗୋଡ଼ରେ ବାଜିଛି ଗୁଳି। ଉଭୟେ ଗୁରୁତର ହୋଇଥିବା ଜଣାଯାଇଛି। ଝିରପାଣି ଥାନା ଅଞ୍ଚଳରେ ଭୋର ସାଢେ ୩ଟାରେ ପୁଲିସ ସହ ଗୁଳି ବିନିମୟ ହୋଇଥିଲା। ପୁଲିସର ପାଲଟା ଗୁଳିରେ ୨ ଦୁର୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, ନିଶା ସେବନକୁ ବିରୋଧ କରିବାରୁ ଯୁବକଙ୍କୁ ଜଙ୍ଗଲରେ ହାଣି ବିଭତ୍ସ ହତ୍ୟା କରାଯାଇଥିଲା। ଏହି ଘଟଣା ସେକ୍ଟର-୬ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସ୍କୁଲ ନିକଟସ୍ଥ ଜଙ୍ଗଲରେ ଘଟିଥିଲା। ମୃତକ ହେଲେ ଗୋଲଘର ରାମେଶ୍ବରପାଲି ବସ୍ତିର ତୋଫାନ ବିନ୍ଧାଣୀ(୨୯)। ସେ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି)ରେ ହେଲ୍‌ପର ଭାବେ କାମ କରୁଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରି ଆଇଜିଏଚ୍‌କୁ ପାଠଇଥିବାବେଳେ ସଂଘର୍ଷରେ ଗୁରୁତର ହୋଇଥିବା ଶୁଭେନ୍ଦୁ ସେଠୀଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିଲା। ରାମେଶ୍ବରପାଲି ବସ୍ତିବାସିନ୍ଦାଙ୍କ କହିବାନୁଯାୟୀ, ନାରାୟଣପାଲି ବସ୍ତି ଲଙ୍କାଗଡ଼ର ପିଲାମାନେ ଆଖପାଖ ଅଞ୍ଚଳରେ ଗଞ୍ଜେଇ ପିଅନ୍ତି। ତୋଫାନ ବିରୋଧ କରିବାରୁ ଏଭଳି କାଣ୍ଡ ଘଟିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking