31.7 C
Bhubaneswar
Saturday, June 20, 2026
Homeଓଡିଶାଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଜୟପୁର: କୋଟପାଡ଼ ବ୍ଲକ୍‌ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ବାନ୍ଧିଛି ଭିଜିଲାନ୍ସ। ପ୍ରାରମ୍ଭିକ ଦରମା ମାତ୍ର ୭ ହଜାର ଟଙ୍କା ଥିଲା। ୨୦୧୫ରେ ସହକାରୀ ଯନ୍ତ୍ରୀ ଏବଂ ୨୦୨୫ ଡିସେମ୍ବରରେ କୋଟପାଡ଼ ବ୍ଲକ୍‌ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ। ୨୭ ବର୍ଷର ଚାକିରି କାଳରେ କିନ୍ତୁ ବାବୁ ଠୁଳ କରିଛନ୍ତି ଅଚଳାଚଳ ସମ୍ପତ୍ତି ସହ ୪୯ ପ୍ଲଟ୍‌, ୧୪ ଏକର ଫାର୍ମ।

ଯାଞ୍ଚ ସମୟରେ ଘରୁ ନଗଦ ୫ ଲକ୍ଷ ୪୮ ହଜାର ଟଙ୍କା ସହିତ ୯୪୦.୬୬ ଗ୍ରାମ ସୁନା ଜବତ ହୋଇଛି। ସେହିପରି ୨.୪୯୩ କେଜି ରୁପା, ଟାଟା ହାରିଅର କାର୍‌ ସହିତ  ଖୋର୍ଦ୍ଧା ଜିଲ୍ଲା ଜଟଣୀ ମାଧିପୁର ମୌଜାରେ ୧୦୦୦ ବର୍ଗଫୁଟ ବିଶିଷ୍ଟ ୨ ବିଏଚ୍‌କେ ଫ୍ଲାଟ, ଜୟପୁର ପିଆରପେଟା ଗୋଲଡେନ୍‌ ହାଇଟସ୍‌ରେ ୨ ବିଏଚ୍‌କେ ଫ୍ଲାଟ, ବୋରିଗୁମ୍ମା ତାରାଗାଁ ମୌଜାରେ ୧୦.୩ ଏକରର ଫାର୍ମ ଏବଂ ନୀଳଗିରି ଗଛ ଲାଗିଥିବା ୪.୩୫ ଏକରର ଫାର୍ମ ଠାବ ହୋଇଛି। ଜୟପୁର, କୋରାପୁଟ, ବୋରିଗୁମ୍ମା, ପଟାଙ୍ଗି, କୋଟପାଡ଼‌ରେ ୪୯ଟି ପ୍ଲଟ୍‌ ରହିଥିବା ତଦନ୍ତରୁ ଭିଜିଲାନ୍ସ ସ୍ପଷ୍ଟ ହୋଇଛି। ବିଭିନ୍ନ ବ୍ୟାଙ୍କରେ ୬୦ ଲକ୍ଷ ୯୨ ହଜାର ୫୪୮ ଟଙ୍କା ଓ ୫ ଲକ୍ଷ ୫୨ ହଜାର ଟଙ୍କାର ଘରୋଇ ସାମଗ୍ରୀ ଠାବ କରିଛି ଭିଜିଲାନ୍ସ ଟିମ୍‌। ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ ୧୭ଟି ବେନାମୀ ପ୍ଲଟ୍‌, ବେନାମୀ କାର, ବେନାମୀ ଫ୍ଲାଟ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସ୍‌ପି ଏସ୍‌.ସୁଶ୍ରୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking