33.3 C
Bhubaneswar
Saturday, June 20, 2026
Homeଓଡିଶାପୋକତୁଙ୍ଗାରେ ହାତୀପଲ ଆତଙ୍କ: ୫ ଏକରରୁ ଅଧିକ ଫସଲ ନଷ୍ଟ

ପୋକତୁଙ୍ଗାରେ ହାତୀପଲ ଆତଙ୍କ: ୫ ଏକରରୁ ଅଧିକ ଫସଲ ନଷ୍ଟ

ଅନୁଗୁଳ: ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ ଖିଣ୍ଡା ସେକ୍ସନ ପୋକତୁଙ୍ଗା ଗ୍ରାମ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଦିନକୁ ଦିନ ବଢିବାରେ ଲାଗିଛି । ହାତୀ ପଲ ରାତ୍ରି ସମୟରେ ଆସି ରଣେଶ୍ୱର ମାଳ ଓ ବନ ଦୁର୍ଗା ମାଳରେ ବ୍ୟାପକ ଭାବରେ କଦଳୀ ଓ ପୁଟଳ ଫସଲ ପ୍ରାୟ ୫ ଏକରରୁ ଅଧିକ ନଷ୍ଟ କରିଛନ୍ତି । ବନ ବିଭାଗ ବାରମ୍ବାର କ୍ଷତିପୂରଣ ମାଗିଲେ ବି ସଠିକ ଭାବରେ କ୍ଷତିପୂରଣ ଦେଉନାହାନ୍ତି । ଯାହାଫଳରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢିଛି । ଦୁଇ ବର୍ଷ ପୂର୍ବରୁ ଗ୍ରାମର ଜଣେ ବ୍ୟକ୍ତି ଗୁରୁତର ହୋଇଥିଲେ। ସେହି ସମୟରେ ଗ୍ରାମବାସୀଙ୍କ ସହିତ ଅଞ୍ଚଳବାସୀ ବନ୍ତଳା ଛକରେ ଆନ୍ଦୋଳନ କରିଥିଲେ। ଗାଁ ଚାରିପାଖ ସୋଲାର ବାଡ ଓ ହାତୀ ଚଳାପଥରେ ଉଚ୍ଚ ସମ୍ପୁର୍ଣ୍ଣ ଲାଇଟି ବ୍ୟବସ୍ଥା କରିବା ପାଇଁ ଡିଏଫଓ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ଯାଏଁ ପ୍ରତିଶ୍ରୁତି ପୂରଣ କରି ନାହାନ୍ତି । ତେଣୁ ଗ୍ରାମରେ ଅସନ୍ତୋଷ ବୃଦ୍ଧି ପାଇଛି । ଏନେଇ ଅନୁଗୁଳ ଡିଏଫଓଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗରେ ହୋଇପାରି ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking