38.3 C
Bhubaneswar
Saturday, June 20, 2026
Homeଓଡିଶାମୟୁରଭଞ୍ଜ ପାହାଡପୁରରେ ପହଞ୍ଚିଲେ ମୋଦି

ମୟୁରଭଞ୍ଜ ପାହାଡପୁରରେ ପହଞ୍ଚିଲେ ମୋଦି

ମୟୁରଭଞ୍ଜ: ମୟୁରଭଞ୍ଜ ପାହାଡପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ପାହାଡପୁର ହେଲିପ୍ୟାଡରେ ଓହ୍ଲାଇଲେ ପ୍ରଧାନମନ୍ତ୍ରୀ । ଏମ-୧୭ ହେଲିକପ୍ଟର ଯୋଗେ ପାହାଡପୁରରେ ପହଞ୍ଚିଲେ ।ପୂର୍ବରୁ ପାହାଡପୁରରେ ପହଞ୍ଚି ସାରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜ୍ୟପାଳ ଡଃ ହରିବାବୁ କମ୍ଭମ ପାଟି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଅଛନ୍ତି । ପାହାଡପୁରରେ ଥିବା ଗୋଷାଣୀ ପୀଠରେ ଉଭୟ ପୂଜା କରିବେ । ସାନ୍ତାଳୀଙ୍କ ପବିତ୍ର ପୀଠ ଜାହିରା ଯିବେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି । ସ୍କିଲ ସେଣ୍ଟରରେ ହିତାଧିକାରୀଙ୍କ ସହ ଆଲୋଚନା କରିବେ ଉଭୟେ । ପାହାଡପୁରରେ ଥିବା ରାଷ୍ଟ୍ରପତିଙ୍କ ସ୍କୁଲକୁ ଯିବେ ମୋଦି । ଏବଂ ପାହାଡପୁର ସ୍କୁଲରେ ପିଲାଙ୍କ ସହ କିଛି ସମୟ ବିତାଇବେ ।ଅପରାହ୍ନ ପ୍ରାୟ ଗୋଟାଏ ବେଳେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂରଣ ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ।

ତେବେ କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ‘‘ବିକାଶର ଧାରା, ଓଡ଼ିଶା ସାରା’’। ଏହି ଅବସରରେ ୪୭ହଜାର ୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ହେବ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମ ସମୟରେ, ଶକ୍ତି, ଶିଳ୍ପ ଭିତ୍ତିଭୂମି, ସଡ଼କ ଯୋଗାଯୋଗ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଏବଂ ଜଳସେଚନ ସମେତ ପ୍ରମୁଖ କ୍ଷେତ୍ରର ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking