ନୂଆଦିଲ୍ଲୀ: ୧୫ ବର୍ଷରୁ କମ ବୟସର ପିଲାଙ୍କ ଉପରେ ୟୁଏଇ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଇଛି । ସୋସିଆଲ ମିଡିଆ ବ୍ୟବହାର ପାଇଁ ସରକାର ସର୍ବନିମ୍ନ ବୟସ ଧାର୍ଯ୍ୟ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ଗୁରୁବାର ସ୍ୱୀକୃତି ପ୍ରଦାନ କରିଛନ୍ତି । ୧୫ ବର୍ଷରୁ କମ ବୟସର ପିଲା ୟୁଏଇରେ ନିଜସ୍ୱ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିପାରିବେନି କି ବ୍ୟବହାର କରିପାରିବେନି କି ବ୍ୟବହାର କରିପାରିବେନି । ବ୍ରିଟେନ, ଅଷ୍ଟ୍ରେଲିଆ ଏବଂ ମାଲେସିଆ ପରେ ୟୁଏଇ ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାର ପାଇଁ ଏକ ଆଇନ ଆଣିବାକୁ ଯୋଜନା କରୁଛି । ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ସୋସିଆଲ ବ୍ୟବହାର ପାଇଁ ଏକ ଆଇନ ଆଣିବାକୁ ଯୋଜନା କରୁଛି । ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ସୋସିଆଲ ମିଡିଆର ପ୍ରଭାବ , ଅନଲାଇନ ସୁରକ୍ଷା ଏବଂ ସ୍କ୍ରିନ ଟାଇମକୁ ନେଇ ବୈଶ୍ୱିକ ସ୍ତରରେ ଚିନ୍ତା ବଢୁଥିବାବେଳେ ୟୁଏଇ ସୋସିଆଲ ମିଡିଆ ବ୍ୟବହାର ପାଇଁ ସର୍ବନିମ୍ନ ବୟସସୀମା ଧାର୍ଯ୍ୟ କରିଛି । ନିକଟରେ ବ୍ରିଟେନ ୧୬ ବର୍ଷରୁ କମ ବୟସର ପିଲାଙ୍କ ପାଇଁ କେତେକ ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ ତଥା ସ୍ନାପଚାଟ, ଟିକଟକ ଏବଂ ୟୁଟ୍ୟୁବ ଉପରେ କଟକଣା ଲଗାଇଥିଲା ।










