33.6 C
Bhubaneswar
Thursday, June 18, 2026
Homeଓଡିଶାବ୍ରିଜ ନିର୍ମାଣ ବେଳେ ଭାସିଗଲେ ୩ ଯୁବକ

ବ୍ରିଜ ନିର୍ମାଣ ବେଳେ ଭାସିଗଲେ ୩ ଯୁବକ

ଚାନ୍ଦବାଲି: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବାଲିଆପାଳ ନଦୀରେ ଗୁରୁବାର ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଅଘଟଣ ଘଟିଛି। ନଦୀରେ ବାଲିଆପାଳ ପଟୁ ଅନ୍ୟ ପଟକୁ କାର୍ଯ୍ୟ ପାଇଁ ଯାଉଥିବା ବେଳେ ୩ ଜଣ ନଦୀରେ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିଖୋଜ ଥିବା ବେଳେ ଅନ୍ୟ ୨ ଜଣକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଘଣ୍ଟେଶ୍ୱର ଫାଣ୍ଡି ଅଧିକାରୀ ବିରଞ୍ଚିନାରାୟଣ ଅମାନ୍ତ ପହଞ୍ଚି ଥିବାବେଳେ ଓଡ୍ରାଫ୍‌ ଟିମ୍‌ ଖୋଜାଖୋଜି ଆରମ୍ଭ କରିଛି। ନିଖୋଜ ବ୍ୟକ୍ତି ଜଣକ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଯଶିପୁର ପଞ୍ଚାୟତର ଚକ୍ରଧର ବେହେରାଙ୍କ ପୁଅ ବିଜୟ(୨୪)। ରାତି ପାହିଥିଲେ ତାଙ୍କ ଭଉଣୀଙ୍କ ବାହାଘର ହୋଇଥାନ୍ତା। ଏପଟେ ଭାଇ ନଦୀରେ ଭାସିଯାଇଥିବାରୁ ପରିବାର ଲୋକେ ଚିନ୍ତାରେ ଭାଙ୍ଗିପଡ଼ିଛନ୍ତି। ଖୋଜାଖୋଜି ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking