ଭୁବନେଶ୍ୱର: ସୁନା ଦୋକାନ ସଫା କରିଦେଲେ ଲୁଟେରା । ସିସିଟିଭିରେ କଏଦ ହେଲା ଲୁଟ୍ ବେଳର ଚିତ୍ର । ଦୋକାନରୁ୧୦ ଲକ୍ଷ ଲୁଟ୍ ହୋଇଥିବା ସୂଚନା । ଭୁବନେଶ୍ୱରର ଏକ ସୁନା ଦୋକାନରୁ ୧୦ ଲକ୍ଷ ଟଙ୍କାର ସୁନା ରୁପା ଗହଣା ଲୁଟି ନେଇଥିବା ନେଇ ସହିଦନଗର ଥାନାରେ ଅଭିଯୋଗ । ରାତି ୨ରୁ ୩ଟା ଭିତରେ ସହିଦନଗରରେ ଥିବା ରଶ୍ମି ସୁନା ଦୋକାନରେ ବୁଲିଲା କଳାକନା । ଦୁର୍ବୁତ୍ତ ମାନେ ମୁହଁରେ ଗାମୁଛା ଘୋଡ଼ାଇ, ଲୁଟି ନେଇଥିବା ସିସିଟିଭିରେ କଏଦ ହୋଇଛି । ଅଭିଯୋଗ ପରେ ସହିଦନଗର ପୁଲିସର ଖୋଳତାଡ ଆରମ୍ଭ ହୋଇଛି।










